ବିଜେଡି ଛାଡି ବିଜେପି ରେ ମିଶିଲେ ଭଦ୍ରକ ସାଂସଦ ଅର୍ଜୁନ ଏବଂ ଯାଜପୁର ର ପୂର୍ବତନ ସାଂସଦ ମୋହନ

ଏବେ ଅଧିକାଂଶ ବିଜେଡି ନେତା ବିଜେପି ମୁଁହା ହେଉଥିବା ବେଳେ ଏହି କ୍ରମରେ ବିଜେଡି ଛାଡିଛନ୍ତି ଟାଣୁଆ ନେତା ତଥା ସାଂସଦ ଅର୍ଜୁନ ସେଠୀ । ଚଳିତ ନିର୍ବାଚନ ପାଇଁ ତାଙ୍କୁ ଟିକେଟ ନମିଳିବାରୁ ଆଜି ସେ ବିଜେଡି ରୁ ଇସ୍ତଫା ଦେଇ ତାଙ୍କର ସମର୍ଥକ ମାନଙ୍କ ସହିତ ବିଦ୍ଧିବଦ୍ଧ ଭାବରେ ବିଜେପି ରେ ସାମିଲ ହେଇଛନ୍ତି I ଭଦ୍ରକ ପାଇଁ ସେ ଆଶାୟୀ ଥିଲେ ମଧ୍ୟ ତାଙ୍କୁ ଟିକେଟ ମିଳିନାହିଁ ,ତାଙ୍କ ବଦଳରେ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳଙ୍କୁ ବିଜେଡି ପ୍ରାଥୀ କରିବା ପରେ ବାଧ୍ୟ ହେଇ ଦଳ ଛାଡିଛନ୍ତି ଅର୍ଜୁନ I

ସୂଚନା ଥାଉ କି ଅର୍ଜୁନ ବିଜେଡି ର ଜଣେ ଟାଣୁଆ ନେତା ଥିଲେ ଏବଂ ଦୀର୍ଘ 8 ଥର ଧରି ସାଂସଦ ହେଇଛନ୍ତି I ଏହା ସହିତ ବିଜେଡି ରୁ ଇସ୍ତଫା ଦେଇଥିବା ଯାଜପୁର ର ପୂର୍ବତନ ସାଂସଦ ମୋହନ ଜେନା ମଧ୍ୟ ଆଜି ବିଦ୍ଧିବଦ୍ଧ ଭାବରେ ବିଜେପି ରେ ସାମିଲ ହେଇଛନ୍ତି I ବିଜେପି ର ବଳିଷ୍ଠ ନେତୃବୃନ୍ଦ ଙ୍କ ଉପସ୍ତିତି ରେ ଉଭୟ ବିଜେପି ରେ ସାମିଲ ହେଇଛନ୍ତି I ଉଭୟ ଙ୍କ ଯୋଗଦାନ ଦଳକୁଆହୁରି ମଜଭୁତ କରିବ ବୋଲି ବିଜେପି କହିଛି I

Leave a Reply

Your email address will not be published. Required fields are marked *