ଅର୍ଥମନ୍ତ୍ରୀ ଏବଂ ଦେବାଶିଷ ଙ୍କୁ ଟିକେଟ ଦେଲାନି ବିଜେଡି ଜାଣନ୍ତୁ କିଏ କିଏ ପାଇଲେ

ଗତକାଲି ବିଜେଡି ର 9ଟି ବିଧାନସଭା ଏବଂ ଗୋଟିଏ ଲୋକସଦଳ ପୁଣି ଥରେ ଭା ଆସନ ପାଇଁ ପ୍ରାଥୀ ଘୋଷଣା କରାଯାଇଛି I ସବୁଠୁ ଚର୍ଚ୍ଚା ରେ ଥିବା କଟକ ଲୋକସଭା ପାଇଁ ସୌମ୍ୟ ଙ୍କ ନାମ ଶୁଣାଯାଉଥିବା ବେଳେ ଦଳ ପୁଣିଥରେ ଭର୍ତ୍ତୃହରି ମହତାବ ଙ୍କ ଉପରେ ଆସ୍ଥା ପ୍ରକଟ କରିଛି I ସେହିପରି ବିଧାନସଭା ଆସନ ପାଇଁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା,ବରୀ ବିଧାୟକ ଦେବାଶିଷ ନାୟକ ଙ୍କୁ ଏଥରକ ଟିକେଟ ଦିଆଯାଇନାହିଁ I ଶଶୀଭୂଷଣ ଙ୍କ ଆସନ ଜୟଦେବ ରୁ ଅରବିନ୍ଦ ଢାଲି ଙ୍କୁ ଟିକେଟ ମିଳିଥିବା ବେଳେ ବରୀ ବିଧାୟକ ଦେବାଶିଷ ନାୟକଙ୍କ ସ୍ଥାନରେ ସୁନନ୍ଦା ଦାସ ଙ୍କୁ ଟିକେଟ ମିଳିଛି

I ବେଗୁନିଆ ପାଇଁ ପ୍ରଶାନ୍ତ ସବୁବେଳେ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ତାଙ୍କୁ ଏଥରକ ବେଗୁନିଆ ଦିଆନଯାଇ ରାଜେନ୍ଦ୍ର ସାହୁ ଙ୍କୁ ଦିଆଯାଇଛି ଏବଂ ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ଚିଲିକା ପାଇଁ ଦିଆଯାଇଛି I ଖୋର୍ଦ୍ଧା ପାଇଁ ଜ୍ୟୋତିରିନ୍ଦ୍ର ନାଥ ମିତ୍ର,ମୋରଡ଼ା ପାଇଁ ବିଜେପି ଛାଡି ବିଜେଡି ରେ ମିଶିଥିବା ରାଜକିଶୋର ଦାସ,ବସ୍ତା- ନିତ୍ୟାନନ୍ଦ ସାହୁ,ରାଇରଙ୍ଗପୁର ପାଇଁ ବାସନ୍ତୀ ମାରାଣ୍ଡି, ଦେବଗଡ଼ ପାଇଁ ରୋମାଞ୍ଚ ରଂଜନ ବିଶ୍ୱାଳ ଙ୍କୁ ଦଳ ତରଫରୁ ଟିକେଟ ମିଳିଛି I

Leave a Reply

Your email address will not be published. Required fields are marked *