ବିଜେପି ପ୍ରାଥୀ ଭାଗିରଥି ସେଠି ବିଜେପି ଛାଡି ବିଜେଡି ରେ ମିଶିଥିଲେ ଏବଂ ବିଜେଡି ପକ୍ଷରୁ ଟିକେଟ ପାଇଥିଲେ ସେହିପରି ପୁଣି ଆଜି ଆଉ ଜଣେ ବିଜେପି ବିଧାୟକ ପ୍ରାଥୀ ଦଳ ଛାଡିଛନ୍ତି I କାକଟ ପୁର ନିର୍ବାଚନ ମଣ୍ଡଳୀରେ ଯୁବନେତା ତୁଷାରକାନ୍ତି ବେହେରା ଙ୍କୁ ବିଜେପି ତରଫରୁ ପ୍ରାଥୀ କରାଯାଇଥିଲେ ମଧ୍ୟ ତୁଷାର ବିଜେପି ଟିକେଟ କୁ ପ୍ରତ୍ୟାଖାନ କରି ବିଜେଡି ରେ ସାମିଲ ହେଇଛନ୍ତି I ତେବେ କାକଟପୁର ପାଇଁ ବିଜେଡି ରୁ ସୁରେନ୍ଦ୍ର ସେଠୀଙ୍କୁ ବିଧାୟକ ପ୍ରାଥୀ ଭାବରେ ଘୋଷଣା କରାଯାଇଥିଲେ ମଧ୍ୟ ତୁଷାର ଙ୍କ ଯୋଗଦାନ ଆଉ ଏକ ଭିର୍ଣ୍ଣ ସମୀକରଣ କୁ ସୂଚନା ଦେଉଛି
I ଚର୍ଚା ହେଉଛି କି ସୁରେନ୍ଦ୍ର ସେଠି ଙ୍କ ଟିକେଟ କାଟ ହେଇ ତୁଷାର ଙ୍କୁ ଦିଆଯିବ ଯଦିଓ ଏନେଇ କୌଣସି ସୂଚନା ମିଳିପାରିନାହିଁ I ଗତଥର ମଧ୍ୟ ତୁଷାରକାନ୍ତି ସୁରେନ୍ଦ୍ର ଙ୍କ ସହିତ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ ଏବଂ ମାତ୍ର 12093 ଖଣ୍ଡ ଭୋଟ ପାଇଥିଲେ I