୬୫ବର୍ଷ ବୟସରେ ବାସନ ମାଜି ପେଟ ପୋଷୁଛନ୍ତି ଭିନ୍ନକ୍ଷମ: ମିଳୁନି ଭତ୍ତା କିମ୍ବା ସରକାରୀ ଯୋଜନାର ଫାଇଦା

ମାତୃଗର୍ଭ ରୁ ଶବଦାହ ପର୍ଯ୍ୟନ୍ତ ସରକାର ସବୁ ଯୋଗାଇଦେଇଥିବା ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବତା କିନ୍ତୁ କିଛି ଅଲଗା I ପ୍ରକୃତ ହିତାଧିକାରୀ ଯୋଜନା ର ସୁଫଳ ପାଇପାରୁନାହାଁନ୍ତି I ଏମିତି ଏକ ଘଟଣା ଏବେ ସାମ୍ନା କୁ ଆସିଛି I ଘଟଣାଟି ଅନୁଗୁଳ ର ହିନ୍ଦୋଳ ଅନ୍ତର୍ଗତ ଗଣ୍ଡାନାଳି ଗ୍ରାମର I ଏହି ଗ୍ରାମର ସୁଧାକର ମହାନ୍ତି ଙ୍କ ବୟସ ପାଖାପାଖି ୬୫ବର୍ଷ ହେଇଥିବା ବେଳେ ପିଲାଦିନରୁ ଭିନ୍ନକ୍ଷମ। ଗରିବୀ ଯୋଗୁ ପରିବାର ଭଲ କରିପାରିଲେନି କି ପାଠ ମଧ୍ୟ ପଢ଼େଇ ପାରିଲେନି I

ଘର ଲୋକ ଥିବାବେଳେ ଯାହିତାହି ପେଟ ପୋଷିହେଇଯାଉଥିଲା I କିନ୍ତୁ ପରିବାର ଲୋକଙ୍କ ମୃତ୍ୟୁ ପରେ ଧୀରେ ଧୀରେ ଏକାକୀ ବେସାହାରା ହେଇପଡ଼ିଥିଲେ ସୁଧାକର I ପେଟ ଚାଖଣ୍ଡ ପୋଷିବାକୁ ବୁଲି ବୁଲି ଜଳଖିଆ ଦୋକାନ ରେ ବାସନ ମାଜନ୍ତି I ଅଇଁଠାପତ୍ର ଧୁଅନ୍ତି ,ସେଇଥିରେ ଯାହା ରୋଜଗାର ହୁଏ ଗୁଜୁରାଣ ମେଣ୍ଟିଯାଏ ,ଏବେ କିନ୍ତୁ ଆଉ ପାରୁନାହାନ୍ତି ବୟସ ଧୀରେ ଧୀରେ ଗଡିବାକୁ ଲାଗିଲାଣି I ଚାଲିବାକୁ ମଧ୍ୟ ଯୁ ନାହିଁ ତଥାପି ପେଟ ପାଇଁ ବାଧ୍ୟ ହୁଅନ୍ତି ବାସନ ମାଜିବାକୁ I ତେବେ ସରକାରୀ ସ୍ତରରେ ଏତେ ସବୁ ଯୋଜନା ଥିଲେ ମଧ୍ୟ କୌଣସି ଯୋଜନା ରେ ଲାଭ ପାଇନାହାନ୍ତି ସୁଧାକର I

ନା ଅଛି ବାର୍ଦ୍ଧକ୍ୟ ଭତ୍ତା ନା ଭିନ୍ନକ୍ଷମ ଭତ୍ତା I ନା ସରକାରୀ ଯୋଜନାରେ ଖାଇବାକୁ ଚାଉଳ ,କିରାସିନି ,ଗହମ I ତେବେ ଅତି ଦୁଃଖରେ କୁହନ୍ତି କି ବାରମ୍ବାର ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରି ଦରଖାସ୍ତ ଦେଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି I

Leave a Reply

Your email address will not be published. Required fields are marked *