କାଲିମେଳାରେ ନିର୍ବାଚନୀ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ ‘ମୁଁ ଆପଣଙ୍କ ସହ ଥିଲି ଅଛି ଓ ରହିବି’

ମାଲକାନଗିରି ର କାଲିମେଳାରେ ନିର୍ବାଚନୀ ସଭାରେ ଆଜି ଯୋଗଦେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାକୁ ଅଣଦେଖା ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ ବାବୁ ।

ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଓଡିଶାରେ ବନ୍ୟା, ବାତ୍ୟା ବେଳେ ବିରୋଧୀଙ୍କର ଦେଖା ନଥିଲା ଏବେ ନିର୍ବାଚନ ପାଇଁ ସବୁ ଏଥି। ମୁଁ ଆପଣଙ୍କ ସହ ଅଛି ଓ ରହିବି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । କେବିକେ ଯୋଜନା ବନ୍ଦ ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ନବୀନ ।

Leave a Reply

Your email address will not be published. Required fields are marked *