କାନ୍ଦିଲେ ସୁମିତ୍ରା,କହିଲେ ନିରଞ୍ଜନ ସୁନ୍ଦରୀଙ୍କୁ ଟିକେଟ ଦେଉଛନ୍ତି ମହିଳାମାନଙ୍କ ଲୁହରେ କଂଗ୍ରେସ ଧ୍ୱସ ହୋଇଯିବ।”

କଂଗ୍ରେସ ର ପ୍ରାଥୀ ଘୋଷଣା କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା I ଉପଯୁକ୍ତ ମହିଳା ପ୍ରାଥୀ ଙ୍କୁ ଟିକେଟ ଦିଆଯାଇନାହିଁ ବରଂ ମଦବେପାରୀ ମାନଙ୍କୁ ଟିକେଟ ଦିଆଯାଇଛି I ଯେଉଁଥିପାଇଁ ତାଙ୍କୁ ଭୀଷଣ କଷ୍ଟ ହେଇଚି I ଦୀର୍ଘବର୍ଷ ଧରି ଦଳ ପାଇଁ କାମ କରୁଥିଲେ ମଧ୍ୟ ତାଙ୍କୁ ଦଳ ଟିକେଟ ଦେଇନାହିଁ ତେଣୁ ସେ ବାଧ୍ୟ ହେଇ କଂଗ୍ରେସ ଛାଡିଛନ୍ତି I କଂଗ୍ରେସ ର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି I ଏହା ସହିତ ଆହୁରି କହିଛନ୍ତି ଯେ ଦ୍ରୌପଦୀ ର ଲୁହରେ କୁରୁବଂଶ ଧ୍ବଂସ ହେବାପରି ମହିଳା ମାନଙ୍କ ଲୁହରେ କଂଗ୍ରେସ ଓଡ଼ିଶାରେ ଧ୍ବଂସ ହେଇଯିବ I ନିରଞ୍ଜନ କଂଗ୍ରେସ କୁ ଧ୍ବଂସ କରିବାକୁ ଆସିଛନ୍ତି ,ବିଜେଡି କୁ ଜିତାଇବାକୁ ସେ ଏଭଳି କରୁଛନ୍ତି I ତେବେ ଚର୍ଚ୍ଚା ଚାଲିଛି କି ସୁମିତ୍ରା ଖୁବ ଶୀଘ୍ର ବିଜେଡି ରେ ସାମିଲ ହେବେ I

Leave a Reply

Your email address will not be published. Required fields are marked *