ବିଜେପି କେବେ ହେଲେ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ହିଁ ଦେଇ ନଥିଲା : ରାଜନାଥ ସିଂହ

ନିର୍ବାଚନ ଆଗକୁ ଆସୁଥିବାରୁ ସବୁ ଦଳ ବିରୋଧୀ ଦଳ କରିଥିବା ପ୍ରତିଶ୍ରୁତି କୁ କିପରି ଭାବରେ ପୂରଣ କହିପାରୁନାହାନ୍ତି ସେ ସବୁକୁ ଆଲୋକପାତ କରିବାରେ ବ୍ୟସ୍ତ।

ଏହି ସମୟରେ ବିଜେପି ଉପରେ ଲାଗୁଥିବା ୧୫ ଲକ୍ଷ ଆରୋପ ଉପରେ ମୁଁହ ଖୋଲିଛନ୍ତି ରାଜନାଥ ସିଂ।

ଗତ ମଙ୍ଗଳବାର ଏକ ସାକ୍ଷାତକାର ରେ ସେ କହିଥିଲେ କି ୨୦୧୪ ନିର୍ବାଚନ ସମୟରେ ବିଜେପି କେବେ ବି ୧୫ ଲକ୍ଷ ଟଙ୍କା ଲୋକଙ୍କ ଆକାଉଣ୍ଟ୍ କୁ ଦେବାକୁ ନେଇ ପ୍ରତିଶ୍ରୁତି ଦେଇ ନଥିଲା। ଆମ ସରକାର କଳା ଧନ କୁ ନେଇ ଏସ ଆଇ ଟି କରିଥିଲା ଏବଂ ଏବେ କଳା ଧନ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆ ଯାଉଚି।

Leave a Reply

Your email address will not be published. Required fields are marked *