ମହିଳାଙ୍କ ସହ ଦୁଷ୍କର୍ମ କରି ଗିରଫ ହେଲେ ପ୍ରବଚକ

ଦିନକୁ ଦିନ ଦୁଷ୍କର୍ମ ବଢିଚାଲିଥିବା ବେଳେ ଭଣ୍ଡ ଠକ ମାନଙ୍କର ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି I ଆଉ ଏହାର ଶିକାର ହେଉଛନ୍ତି ନିରୀହ ମହିଳା ମାନେ I ତେବେ ପୁଣିଥରେ ସାମ୍ନାକୁ ଆସିଛି ଆଉ ଏକ ଲଜ୍ୟାକର ଘଟଣା I ପ୍ରବଚନ ଶୁଣିବାକୁ ଯାଇଥିବା ଜଣେ ମହିଳା ଭକ୍ତ ଙ୍କୁ ପ୍ରବଚକ ଧର୍ଷଣ କରିଛନ୍ତି I ଘଟଣା ଟି ବୃନ୍ଦାବନ କୋତ୍‌ବାଲି ଥାନା ଅଞ୍ଚଳର I ଏଠାରେ ପ୍ରବଚକ ଥିବା ରାଜଋଷି ଏକ ଆଶ୍ରମ ଖୋଲି ପ୍ରବଚନ ଦେଇଥାନ୍ତି I ତାଙ୍କ ପ୍ରବଚନ ଶୁଣିବାକୁ ଅନେକ ଲୋକ ଆସିଥାନ୍ତି I ଭକ୍ତ ମାନଙ୍କୁ ତାଙ୍କ ଆଶ୍ରମ ରେ ରହିବାକୁ ପ୍ରବଚକ କହିଥାନ୍ତି ଏବଂ କେତେକ ଭକ୍ତ ସେଠାରେ ଘର କିଣି ରହିଛନ୍ତି I ସେହିଭଳି ବିହାରରୁ ଆସିଥିବା ଜଣେ ମହିଳା ଙ୍କୁ ପ୍ରବଚକ ଜଣଙ୍କ ନିଜ ଆଶ୍ରମ ରେ ଜାଗା କିଣି ରହିବାକୁ କହିଥିଲେ ଏବଂ ପ୍ରବଚକ ଙ୍କୁ ନିଜର ଗୁରୁ ଭାବି ମହିଳା ଜଣଙ୍କ ସେଠାରେ ରହିଥିଲେ I ତେବେ ଘଟଣା ଦିନ ପ୍ରବଚକ ମହିଳାଙ୍କୁ ନିଜ କୋଠରୀ କୁ ଡକାଇ ଅର୍ଧ ରାତିରେ ଧର୍ଷଣ କରିଥିଲେ ଏବଂ ତାଙ୍କ ଶରୀର ରେ ଥିବା ସୁନା ଅଳଙ୍କାର ଲୁଟି ନେଇଥିଲେ I ପାଖାପାଖି ତାଙ୍କ ଶରୀର ରେ ପାଞ୍ଚ ଭରିର ସୁନା ଚୁଡି ଏବଂ ଚେନ ସହିତ ଏକ ହିରା ଲକେଟ କାଢି ନେଇଛନ୍ତି ଭଣ୍ଡ ପ୍ରବଚକ

Leave a Reply

Your email address will not be published. Required fields are marked *