ବର ବେଶ ଧରି ପ୍ରାର୍ଥୀପତ୍ର ଦାଖଲ ପାଇଁ ପହଞ୍ଚିଥିବା ନେତାଙ୍କ ବିରୋଧରେ ମାମଲା ରୁଜୁ

ଉତ୍ତରପ୍ରଦେଶ ର ସହଜାହଁପୁର ରେ ଲୋକସଭା ନିର୍ବାଚନ କୁ ନେଇ ପ୍ରଚାର ଅଭିଯାନ ଚାଲିଥିବା ବେଳେ ଏପ୍ରିଲ୍ ୮ ତାରିଖ ରେ ଜଣେ ପ୍ରାର୍ଥୀ ଙ୍କୁ ବ୍ୟାଣ୍ଡ ବାଜା ଓ ବର ଯାତ୍ରୀ ସହିତ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଯିବା ମହଙ୍ଗା ହୋଇପଡିଛି। ବର ବନିଥିବା ପ୍ରାର୍ଥୀ ଉପରେ ଆଚରଣ ବିଧି ଉଲଙ୍ଘନ କରିବା ନେଇ ସେକ୍ଟର ମାଜିଷ୍ଟ୍ରେଟ କୋତବାଲି ରେ ମାମଲା ରୁଜ୍ଜୁ କରିଛନ୍ତି।

ଏହି ବର ବେଶ ଧାରଣ କରିଥିବା ପ୍ରାର୍ଥୀ ଜଣକ ହେଉଛନ୍ତି ବୈଧରାଜ୍ କିଶନ। ସେ ସଜୁକ୍ତ ବିକାଶ ପାର୍ଟୀ ର ଟିକେଟ ରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଏପ୍ରିଲ୍ ୮ ତାରିଖ ରେ ବ୍ୟାଣ୍ଡ ବାଜା ଓ ବର ଯାତ୍ରୀ ଙ୍କୁ ଧରି ଜିଲ୍ଲା କଲେକ୍ଟର ଅଫିସ କୁ ଯାଉଥିଲେ। ଏଭଳି ଶୈଳୀ ରେ ସେ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ସେ ଆଗରୁ କୌଣସି ଅନୁମତି ପାଇନଥିଲେ। ତେଣୁ ଜିଲ୍ଲାପାଳ ପ୍ରଥମେ ତାଙ୍କ ବର ଯାତ୍ରୀ ଙ୍କୁ ବାଟରେ ଅଟକାଇ ଦେଇଥିଲେ। ତା ପରେ ସେ ପାଦ ରେ ଚାଲି ଚାଲି ପ୍ରାର୍ଥୀ ପତ୍ର ଦାଖଲ ପାଇଁ ପହଞ୍ଚିଥିଲେ। ତେବେ ଆଚରଣ ବିଦ୍ଧି ଉଲଙ୍ଘନ ଓ ଧାରା ୧୪୪ ଲାଗୁ ହେବା ପରେ ବି ବୈଧରାଜ କିଶନ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅନୁମତି ନେଇ ଏଭଳି କରିଥିବା ହେତୁ ମାମଲା ରୁଜ୍ଜୁ ହୋଇଛି।

Leave a Reply

Your email address will not be published. Required fields are marked *