ଯୌତୁକରେ ବାଇକ୍ ନମିଳିବାରୁ ବୋହୂର ଚୁଟି ଓ ନଖ ଓପାଡିଦେଲେ , ଶଶୁରଘର ଲୋକେ I

ଆଜିକାଲି ସାଧାରଣତଃ ଯୌତୁକ ପାଇଁ ବୋହୂକୁ କିପରି ନିର୍ଯାତନା ଦିଆଯାଉଛି ତାହା ତ ଅଳ୍ପବହୂତେ ସବୁଦିନ ଖବରକାଗଜ ଗଣମାଧ୍ୟମ ର ପୃଷ୍ଠା ମଣ୍ଡନ କରୁଛି ତେବେ ବିହାର ର ଏଭଳି ଏକ ଲୋମହର୍ଷଣ ଘଟଣା ଜଣାପଡିବା ପରେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠିଛି I ସୂଚନା ଅନୁଯାଇ 22 ବର୍ଷର ମୁସ୍କାନ ଦେବୀ ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ରହୁଥିଲେ I ଏମିତିରେ ସେହି ଜାଗାରେ ଏକ ଭିଡିଓ ଭାଇରାଲ ହେଉଛି I ସେହି ଭିଡିଓରେ ମୁସ୍କାନ ତା ଶଶୁର ଘର ଉପରେ ଯୌତୁକ ପାଇଁ ଆରୋପ ଲଗାଇଛି

Iସେହି ଭିଡ଼ିଓରେ ତା ଶରୀର ପୁରା ଖଣ୍ଡିଆ ଖାବରାର ଦାଗ ଦେଖାଯାଉଛି I ତାର ପିତା ଅରବିନ୍ଦ ସିଂ ଓ ଦାଦା ଛୋଟେ ଲାଲ ତାର ବିବାହ ମାଧ ମଠରେ ରହୁଥିବା ମୁନା ସିଂ ସହିତ କରିଥିଲେ I ଆଶ୍ଚର୍ଯ୍ୟ କଥା ଇଏକି ମୁସ୍କାନର ଘରବାଲା ତା ବଡ ଭଉଣୀର ବାହାଘର ମଧ୍ୟ ମୁନା ସହିତ କରିଥିଲେ I ବିବାହ ପରେ ସେ କୁଆଡେ ହଜିଗଲା I ତାପରେ ମୁସ୍କାନର ବିବାହ ମୁନା ସହିତ କରାଗଲା I କିନ୍ତୁ ବିବାହର ତୁରନ୍ତ କିଛି ସମୟପରେ ତା ଶଶୁର ଘର ଯୌତୁକରେ ଏକ ଲକ୍ଷ ଟଙ୍କା ଓ ବାଇକ ମାଗିଥିଲେ I

ଯୌତୁକ ନମିଳିବାରୁ ତା ଶଶୁର ଘର ତା ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଲେ I ଯୌତୁକ ପାଇଁ ମୁସ୍କାନର ଶଶୁର ,ଶାଶୁ ,ନଣନ୍ଦ ଓ ଦିଅର ମିଶିକି ତାର ଚୁଟି ଓ ନଖ ଓପାଡି ଦେଲେ I ତାପରେ ତାକୁ ରେଳଲାଇନ ରେ ମରିବା ଛାଡିଦେଲେ I ଏତେ ଅତ୍ୟାଚାର ପରେ ମୁସ୍କାନର ଶରୀର ପୁରା ବିଗିଡି ଗଲା I କିନ୍ତୁ ସୌଭାଗ୍ୟବଶତ ସେ ବଞ୍ଚିଯାଇଛି Iପୋଲିସ ଘଟଣାର ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *