ମିଳିନି ସାମାନ୍ୟ ସୁବିଧା , ଭୋଟ ଦେବାକୁ ମନା କଲେ ମାଲକାନଗିରି ର ୮ ଗାଁର ଗ୍ରାମବାସୀ,

ଆଜି ନିର୍ବାଚନ ପାଇଁ ଭୋଟର ମାନେ ନିଜର ମତାମତ ଭୋଟ ବାକ୍ସ ରେ ଦେଉଥିବା ବେଳେ ମାଲକାନଗିରି ମାଥିଲି ଅଂଚଳର ୮ ଗାଁର ଗ୍ରାମବାସୀ ଏଥରକ ଭୋଟ ଦେବାକୁ ମନା କରିଦେଇଛନ୍ତି I ।ଗାଁ ରେ ଲୋକମାନଙ୍କୁ ସେମାନଙ୍କର ମୌଳିକ ସୁବିଧା ମିଳିପାରିନଥିବାରୁ ଏଥରକ ଭୋଟ ବର୍ଜନ କରିଛନ୍ତି 8ଟି ଗାଁ ର ଲୋକମାନେ I ତେବେ ଗାଁ ରେ ସବୁବେଳେ ସମସ୍ୟା ରହିଛି ,ଏହା ପରେ ମଧ୍ୟ ଭୋଟ ଦେବାକୁ ଗାଁ ରେ ସୁବିଧା ନାହିଁ ପାଖାପାଖି ନିଜ ଗାଁ ଠାରୁ ୫ କିଲୋମିଟର ଦୂରରେ ଭୋଟ ଦେବାକୁ ବ୍ୟବସ୍ତା କରାଯାଇଥିବାରୁ ଏଥିରେ ଗାଁ ଲୋକେ ଉତ୍ୟକ୍ତ ହେଇ ଭୋଟ ବର୍ଜନ କରିଛନ୍ତି I

ଖଟଣାଗୁଡା,ଟିମସପୁଟ, ସିଙ୍ଗାଲଗୁଡା, କୁଡୁଗୁଡା, ଅଟଳାଗୁଡା, ବେବାରିଗୁଡା, ଗୁଡାପଦର ଗ୍ରାମର ପାଖାପାଖି ୧୨୦୦ ଭୋଟର ଆଜିର ଭୋଟ ରେ ଭୋଭାଗ ନନେଇ ଭୋଟ ବର୍ଜନ କରିଛନ୍ତି ।

Leave a Reply

Your email address will not be published. Required fields are marked *