ଓଟିଭି ବିରୁଧରେ ନିର୍ବାଚନ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ନିର୍ବାଚନ ପାଇଁ ମତଦାନ ଚାଲୁଥିବା ବେଳେ ବିଜେପି ବିଜେଡି ମୁଂହାମୁହିଁ ହେଇଛନ୍ତି I ତେବେ ବିଜେଡି ଟାର୍ଗେଟ ରେ ବୈଜୟନ୍ତ ଥିବାବେଳେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ହେଲିକପ୍ଟର ଏବଂ ଓଟିଭି I କିଛିଦିନ ତଳେ ବୈଜୟନ୍ତ ଙ୍କ ହେଲିକପ୍ଟର ପ୍ରଚାର କୁ ନେଇ ବିଜେଡି ଅଭିଯୋଗ କରିଥିବା ବେଳେ ଆଜି ପୁଣି ଓଟିଭି ବିରୁଧରେ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି I ବିଜେଡି ଅଭିଯୋଗ ଅନୁଯାଇ ଆଚରଣବିଧି ଉଲ୍ଲଂଘନ କରିଛି ଓଟିଭି ଗଣମାଧ୍ୟମ ,ନିର୍ଦ୍ଧିଷ୍ଟ ଭାବରେ ବିଜେଡି ବିରୁଧରେ ପ୍ରଚାର କରୁଥିବାର ସଂଗୀନ ଅଭିଯୋଗ ଆଣି ନିର୍ବାଚନ କମିଶନ ଙ୍କ ଦ୍ୱାରସ୍ଥ ହେଇଚି I

ସୂଚନା ଥାଉ କି କିଛିଦିନ ତଳେ ନବୀନ ଙ୍କ ଏକ ଭିଡିଓ ଭାଇରଲ ହେଇଥିଲା ଏବଂ ଏକ ଜାତୀୟ ସ୍ତରୀୟ ଚାନେଲ କୁ ସାକ୍ଷାତ ଦେଇ ନବୀନ ପରୋକ୍ଷ ଭାବରେ କହିଥିଲେ କି ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଥିବା ଖବର ବୈଜୟନ୍ତ ହିଁ ପ୍ରଚାର କରିଥିଲେ ତେଣୁ ସେ ନିଜର ସୁସ୍ଥ ଥିବା ଭିଡିଓ ଛାଡି ନିର୍ବାଚନ ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ଥିବାର ସୂଚନା ଦେଇଥିଲେ I

Leave a Reply

Your email address will not be published. Required fields are marked *