ନିର୍ବାଚନ ରେ ଜିତିବାକୁ ସବୁ ଦଳ କଳେବଳେ କୌଶଳେ ଚେଷ୍ଟା କରୁଥିବା ବେଳେ ନିଜ ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି Iତେବେ ଆଜି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି ଯେ ଯଦି ବିଜେପି ସରକାର କୁ ଆସେ ,ତେବେ ମାତ୍ର ୧ଟଙ୍କାରେ 500ଗ୍ରାମ ଡାଲି, ଲୁଣ ଏବଂ ପାଞ୍ଚ କେଜି ଚାଉଳ ଯୋଗାଇଦିଆଯିବ I ଆଜି କଟକ-ଚୌଦ୍ୱାରରେ ବିଜେପି ର ବିଜୟ ସଂକଳ୍ପ ସଭା ହେଉଥିବା ବେଳେ ଧର୍ମେନ୍ଦ୍ର ଏହି ଘୋଷଣା କରିଛନ୍ତି I ଜାତୀୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩କୋଟି ୨୬ ଲକ୍ଷ ରୁ ଉର୍ଧ ହିତାଧୀକାରୀ ଏହି ଯୋଜନାରେ ଲାଭ ପାଇପାରିବେ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି I