ଏୟାର୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ସୀମାରେ ୫୧୩ ଥର ଅସ୍ତ୍ରବିରତି ଉଲ୍ଳଂଘନ କରି ସାରିଲାଣି

ପାକିସ୍ତାନ ରେ ଭାରତୀୟ ସେନା ପାଇ ବାଲକୋଟ ରେ ଏୟାର ଷ୍ଟ୍ରାଇକ କରିବା ପର ଠାରୁ ପାକିସ୍ଥାନ ଜମ୍ମୁ କାଶ୍ମୀର ର ନିୟନ୍ତ୍ରଣ ରେଖା ଠାରେ ୫୧୩ ଥର ଅସ୍ତ୍ରବିରତି ଉଲଙ୍ଘନ କରିସାରିଲାଣି। ଲୁଇଟେନାନ୍ଟ ଜେନେରାଲ ପରମଜିତ୍ ସିଂହ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି କି ଗତ ଦେଢ଼ମାସ ଭିତରେ ପାକିସ୍ଥାନ ସୀମାରେ ୫୧୩ ଥର ଅସ୍ତ୍ରବିରତି ଉଲଙ୍ଘନ କରିସାରିଲାଣି।

ସୂଚନା ଅନୁଯାୟୀ ପାକିସ୍ଥାନ ପ୍ରାୟ ୧୦୦ ଥର ଭାରତ ଉପରେ ଖୁବ୍ ଭାରି ପ୍ରୟୋଗ କରି ଆକ୍ରମଣ କରି ଉଦ୍ୟମ କରିଛି ବୋଲି ସୂଚନା ମିଳିଛି।

ଗତ ଫେବୃଆରୀ ୧୬ ତାରିଖ ରେ ପାକିସ୍ତାନ ର ଆତଙ୍କବାଦୀ ସଂଗଠନ ଭାରତ ସୀମା ରେ ପଶି ଆକ୍ରମଣ କରିବା ଦ୍ଵାରା ୪୦ ଜଣ ସିଆରପଏଫ୍ ଯବାନ ସହୀଦ ହୋଇଥିଲେ। ତାହାର ପାଲଟା ଜବାବ ଦେବାକୁ ଯାଇ ଭାରତୀୟ ସେନା ମାତ୍ର ୧୨ ଦିନ ମଧ୍ୟରେ ପାକିସ୍ଥାନ ସୀମାରେ ପଶି ଏୟାର ସ୍ତ୍ରାଇକ କରି ପ୍ରାୟ ୩୦୦ ଜଣ ଆତଙ୍କବାଦୀ ଙ୍କୁ ନିହତ କରିଥିଲେ। ଏହାପରଠାରୁ ସୀମା ବିବାଦ ତୀବ୍ର ହୋଇ ଚାଲିଛି।

Leave a Reply

Your email address will not be published. Required fields are marked *