ସ୍ମାର୍ଟ ସିଟି ରାଜଧାନୀ ରେ ଅନ୍ଧାର ରେ ଗଲେ ମୋଦି ରୋଡ଼ ଶୋ ପାଇଁ ଷ୍ଟ୍ରିଟ ଲାଇଟ ବନ୍ଦ !

ଚାଲିଛି ନିର୍ବାଚନ ,ସବୁ ଦଳ ନିଜ ସପକ୍ଷ ରେ ମତଦାନ କରିବାକୁ ଜନତା ଙ୍କୁ ପ୍ରଭାବିତ କରିବାରେ ବ୍ୟସ୍ତ I ସେହିକ୍ରମରେ ଆସନ୍ତା 23 ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଚାଲିଛି ଜୋରଦାର ପ୍ରଚାର I ଗତକାଲି ଓଡିଶା ଆସିଥିଲେ ପ୍ରଧାନମନ୍ତ୍ରୀ ,ଏହି ଅବସରରେ ଭୁବନେଶ୍ୱର ବିମାନବନ୍ଦର ରୁ ବରମୁଣ୍ଡା ଯାଉଥିବା ସମୟରେ ହଠାତ ବିଦ୍ୟୁତ ବ୍ୟାହତ ହୋଇଥିଲା I ଫଳରେ ଦୀର୍ଘ ସମୟ ଧରି ସ୍ମାର୍ଟ ସିଟି ରାଜଧାନୀ ରେ ଦେଖିବାକୁ ମିଳିଥିଲା ଅନ୍ଧାର I

ଅନ୍ଧାର ରେ ମୋଦିଙ୍କ ରାଲି ବାହାରିଥିଲା ଯାହାକୁ ନେଇ ଏବେ ବିଜେପି ବିଜେଡି ମଧ୍ୟରେ ଦୋଷ ଲଦାଲଦି ହେବାରେ ଲାଗିଛନ୍ତି I ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ଯେ ଏହା ନବୀନ ବାବୁଙ୍କ ହୀନ ରାଜନୀତି ,ମୋଦି ଶୋ କରିବେ ବୋଲି ଜାଣିଶୁଣି ଅନ୍ଧାର କରିଦିଆଯାଇଛି I

ଅପରପକ୍ଷରେ ସ୍ମାର୍ଟ ସିଟି ଭୁବନେଶ୍ୱର ରେ ଏଭଳି ଅବ୍ୟବସ୍ଥା କୁ ସବୁ ମହଲ ରୁ ତୀବ୍ର ନିନ୍ଦା କରାଯାଇଛି I

Leave a Reply

Your email address will not be published. Required fields are marked *