ନିର୍ବାଚନ ରେ ବାହାରକୁ ଆସିବାକୁ ଚାଁହୁଥିଲେ ସାରଥୀ, ଜାମିନ ଆବେଦନ କୁ ଖାରଜ କଲେ ହାଇକୋର୍ଟ

କେନ୍ଦ୍ରାପଡା ରେ ଆତ୍ମଘୋଷିତ ବାବା ଓରଫ ଭଣ୍ଡ ସାରଥୀ ର ଠକାମୀ ଜଣାପଡିବା ପରେ ବହୁ ତୁମୁଳକାଣ୍ଡ ଘଟିଥିଲା I ଜନସାଧାରଣ ଙ୍କ ଆକ୍ରୋଶ ବଢ଼ିବାରେ ଲାଗିଥିଲା ଯେତେବେଳେ ଗୋଲକୁଣ୍ଡା ରେ ଜିନ୍ସ ଶାର୍ଟ ଏବଂ ପ୍ୟାଣ୍ଟ ରେ ଧରାପଡ଼ିଥିଲେ ସାରଥୀ ଓରଫ ସନ୍ତୋଷ ରାଉଳ I

ତେବେ ବିଭିନ୍ନ କେଳେଙ୍କାରୀରେ ଲିପ୍ତ ଥିବା ଯଥା ନିଜକୁ ନିଜ ଆତ୍ମ୍ମ ଘୋଷିତ ବାବା ବୋଲି ଘୋଷଣା କରିବା ,ନିରୀହ ସାଧାରଣ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଜନ୍ମେଇବା ,ଯୌନ କେଳେଙ୍କାରୀ ର ଅଭିଯୋଗ ଆସିବା ପରେ ଶେଷରେ ୨୦୧୫ ଅଗଷ୍ଟ ୮ରେ ଗିରଫ ହେଇଥିଲେ ଭଣ୍ଡ ବାବା ସାରଥୀ I

ଯାହାଙ୍କୁ ନେଇ ସାରା ଭାରତରେ ହଇଚଇ ସୃଷ୍ଟି ହେଇଯାଇଥିଲା I ତେବେ ନିକଟରେ ନିର୍ବାଚନ ଚାଲୁଥିବା ବେଳେ ଜାମିନ ରେ ଆସିବାକୁ ଚାହିଁଥିଲେ ସାରଥୀ ବାବା I କିନ୍ତୁ ବାରିମୂଳ ଆଶ୍ରମ ଅନ୍ତେବାସୀଙ୍କୁ ଅସଦାଚରଣ ମାମଲାରେ ହାଇକୋର୍ଟ ପୁଙ୍ଖାନୁପୁଙ୍ଖ ବିଚାର କରି ସାରଥୀର ବେଲ୍ ଖାରଜ କରି ଦେଇ ଛନ୍ତି।

Leave a Reply

Your email address will not be published. Required fields are marked *