ପୋଲିଂ ବୁଥରେ ବିଜେଡି ନେତାଙ୍କୁ ପାଦ ଛୁଇଁ ପ୍ରଣାମ କଲେ ନିର୍ବାଚନ ଅଧିକାରୀ ଗଣତନ୍ତ୍ର ପ୍ରତି ଅପମାନ,

ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବରଗଡ଼ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ Iବରଗଡରେ ସକାଳୁ ମତଦାନ ଆରମ୍ଭ ହେବାପରେ ସାଂସଦ ତଥା ବିଜେଡି ବରଗଡ଼ ଲୋକସଭା ପ୍ରାଥୀ ପ୍ରସନ୍ନ ଆଚାର୍ଯ୍ୟ ନିଜ ମତଦାନ ଦେବାକୁ ବୁଥ ରେ ପହଞ୍ଚିଥିଲେ I ତେବେ ବୁଥରେ ନିର୍ବାଚନ ଦାୟିତ୍ବରେ ନିୟୋଜିତ ଥିବା ନିର୍ବାଚନ ଅଧିକାରୀ ପ୍ରସନ୍ନ ଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ Iଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ସାଧାରଣତଃ ନେତା ମାନଙ୍କୁ ସମସ୍ତେ ମାନିଥାନ୍ତି ଏବଂ ସନମାନ ଦେଇଥାନ୍ତି କିନ୍ତୁ ମତଦାନ ସମୟରେ ସମସ୍ତେ ସମାନ ଏବଂ ନିର୍ବାଚନ ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କ ଚୌକିରେ ମର୍ଯ୍ୟାଦା ସର୍ବାଧିକ

I ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ ମତଦାନ କୁ ତୁଲାଇବା ତାଙ୍କ ଦାୟିତ୍ୱ I କିନ୍ତୁ ନିର୍ବାଚନ ଅଧିକାରୀ ନିଜ ମର୍ଯ୍ୟାଦା ଏବଂ ଦାୟିତ୍ୱ ଭୁଲି ଯେଉଁଭଳି ଭାବରେ ପ୍ରସନ୍ନ ଙ୍କ ପାଦ ଛୁଇଁ ପ୍ରଣାମ କଲେ ଯାହାକି ସବୁ ମହଲ ରେ ଚର୍ଚାର ବିଷୟ ପାଲଟିଛି I ଏହାକୁ ଅତ୍ୟନ୍ତ ଲଜ୍ୟାଜନକ ଘଟଣା ବୋଲି କୁହାଯାଇଛି I ଏହା ଗଣତନ୍ତ୍ର ପ୍ରତି ଅପମାନ ବୋଲି ଚର୍ଚ୍ଚା ଚାଲିଛି I

Leave a Reply

Your email address will not be published. Required fields are marked *