ମୁଁ ବୋଧେ ସେଦିନ କାଳ ରାତ୍ରିରେ ମରିଯାଇଥାନ୍ତି :ଗୁରୁତର ଆହତ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ୍

ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ୍ର ଙ୍କୁ ମାଡ ମାରି ଗିରଫ ହେଇଥିବା ପ୍ରଦୀପ ମହାରଥୀ ଙ୍କ ଘଟଣା ସବୁଠି ଚର୍ଚ୍ଚା I ତେବେ ଘଟଣା ସଂକ୍ରାନ୍ତ ରେ ମୁଂହ ଖୋଲିଛନ୍ତି ମାଜିଷ୍ଟେଟ ରବିନାରାୟଣ ପାତ୍ର।ମାଜିଷ୍ଟେଟ କହିବାନୁଯାୟୀ ନିର୍ବାଚନ ପାଇଁ ସେ ପ୍ରତିଦିନ ଚେକ କରୁଥିଲେ ସେଦିନ ବି ରାତିରେ ଆଇଆଇସି ଙ୍କ ଠାରୁ ସୂଚନା ମିଳିଥିଲା କି ପିପିଲି ହୁଙ୍କେଇପୁରରେ ଥିବା ବିଧାୟକ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍ ରେ କିଛି ଟଙ୍କା କାରବାର ଚାଲିଛି ,ସୂଚନା ପାଇ ସଙ୍ଗେ ସଙ୍ଗେ ଫାର୍ମ ହାଉସ ରେ ପହଁଚିଯାଇଥିଲେ
ମାଜିଷ୍ଟେଟ ଏସଏସଟି ଟିମ୍‌ ଙ୍କ ସହିତ I

କିନ୍ତୁ ତାଙ୍କୁ ଜଣାନଥିଲା ଯେ ସେ ବାହୁବଳୀ ନେତାଙ୍କ ଫାର୍ମ ହାଉସ ଯାଞ୍ଚ କରିବାକୁ ଯାଉଛନ୍ତି I ଫାର୍ମ ଭିତରେ ପଶିବା ପରେ ମାଜିଷ୍ଟେଟ ଦେଖିବାକୁ ପାଇଲେ ଯେ ହଠାତ ଭିତରେ ପ୍ରବଳ ପାଟିତୁଣ୍ଡ ହେଉଥିଲା ଏବଂ ଏସଏସଟି ଟିମ୍‌ର ସଦସ୍ୟମାନେ ଭୟଭୀତ ଥିଲେ I ଅନ୍ଧାର ଭିତରେ ମାଜିଷ୍ଟେଟ ଙ୍କୁ ନିର୍ଘାତ ମାଡ ମରାଯାଇଥିଲା ,ସେ ଗୁରୁତର ଆହତ ଅଛନ୍ତି Iନିଜେ ପ୍ରଦୀପ ମହାରଥୀ ଗଣ୍ଡଗୋଳ ରେ ସମ୍ପୃକ୍ତ ଥିଲେ

I ଜୀବନ ବଞ୍ଚାଇବାକୁ ଗୋଟିଏ ଗାଡ଼ିରେ 15ଜଣ ବସି ପଳାଇଆସିଥିଲେ I ନିଯେ ପାତ୍ର କହିଛନ୍ତି ବୋଧହୁଏ ସେଦିନ କାଳ ରାତ୍ରି ରେ ମୁଁ ଆଉ ବଞ୍ଚି ନଥାନ୍ତି I

Leave a Reply

Your email address will not be published. Required fields are marked *