କାଲି ଗୋଡେଇ ଗୋଡେଇ ପିଟିଥିଲେ ,ଗିରଫ ପରେ କୋର୍ଟ ମଧ୍ୟରେ ଅସୁସ୍ଥ ହେଇ ବେହୋସ ହୋଇଗଲେ ମହାରଥୀ

ଗତକାଲି ମାଜିଷ୍ଟେଟ ଯାଞ୍ଚ କରିବାକୁ ଯାଉଥିବା ସମୟରେ ଫାର୍ମ ହାଉସ ରେ ତାଙ୍କୁ ଏବଂ ତାଙ୍କ ଟିମ୍ ଙ୍କୁ ନିର୍ଘାତ ମାଡ ମାରିଥିଲେ ମହାରଥୀ ଙ୍କ ସମର୍ଥକ ମାନେ I ଏପରିକି ନିଜେ ମହାରଥୀ ମାଡ ମାରିଥିବାର ଅଭିଯୋଗ କରିଥିଲେ ମାଜିଷ୍ଟେଟ I ପ୍ରଦୀପ ଙ୍କ ମାଡ଼ରେ ଗୁରୁତର ଅସୁସ୍ଥ ହେଇ ମାଜିଷ୍ଟେଟ ହସ୍ପିଟାଲ ରେ ଭର୍ତି ହେଇଛନ୍ତି I
ଏହାପରେ ବହୁ ତୁମ୍ବିତୁଫାନ ହେବାପରେ ଶେଷରେ ମହାରଥୀ ଙ୍କୁ ଆଜି ପିପିଲି ପୋଲିସ ଗିରଫ କରି କୋର୍ଟ ପଠାଇଦେଇଛନ୍ତି I ତେବେ କୋର୍ଟ ରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା I

ଗତକାଲି ମାଜିଷ୍ଟେଟ ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ମହାରଥୀ ଆଜି କୋର୍ଟ ଭିତରେ ଅସୁସ୍ଥ ହେଇପଡ଼ିଥିଲେ ଏବଂ ବେହୋସ ମଧ୍ୟ ହେଇଯାଇଥିଲେ I ମହାରଥୀଙ୍କୁ ତୁରନ୍ତ ହସପିଟାଲ ରେ ଭର୍ତି କରିବାକୁ ବ୍ୟବସ୍ଥା କରାଯାଇଥିଲା I ତେବେ ଏହା ପୂର୍ବରୁ କିଛି ସାମ୍ବାଦିକ ବନ୍ଧୁ ସୋସିଆଲ ମିଡିଆରେ ଆକଳନ କରିଥିଲେ ଖୁବ ଶୀଘ୍ର ମହାରଥୀ ଅସୁସ୍ଥ ହେଇପାରନ୍ତି ।
ଯାହାକି ଏବେ ସତ୍ୟ ହେଇଚି I

Leave a Reply

Your email address will not be published. Required fields are marked *