ସମାବେଶ ରେ ହଟହଟା ହେଲେ ପ୍ରତାପ କହିଲେ ‘ବୈଜୟନ୍ତଙ୍କୁ ଯଦି ଭୋଟ ଦେଉଛ ଦିଅ କିନ୍ତୁ ମୋତେ ଛାଡ଼ ନାହିଁ’

ଆସନ୍ତା କାଲି ଶେଷ ନିର୍ବାଚନ ହେବାକୁ ଥିବାବେଳେ ସବୁଠୁ ଚର୍ଚ୍ଚାରେ ଅଛି କେନ୍ଦ୍ରାପଡା I ନବୀନ ଙ୍କ ମୁଖ୍ୟ ବିରୋଧୀ ଭାବେ ପରିଗଣିତ ବୈଜୟନ୍ତ ଏବେ ବିଜେପି ତରଫରୁ କେନ୍ଦ୍ରାପଡା ରୁ ନିର୍ବାଚନ ଲଢ଼ୁଥିବା ବେଳେ ବିଜେଡି ତରଫରୁ କେନ୍ଦ୍ରାପଡା ରେ ମହାବଳି ରଥି ମାନଙ୍କୁ ଟିକେଟ ଦିଆଯାଇଛି I ତେବେ କେନ୍ଦ୍ରାପଡା ରେ ମାହଙ୍ଗା ବିଧାନସଭା ପାଇଁ ନିର୍ବାଚନ ଲଢ଼ୁଥିବା ମନ୍ତ୍ରୀ ପ୍ରତାପ ଜେନା ଙ୍କ ଭୋଟରଙ୍କୁ ନିବେଦନ ଏବେ ସବୁଆଡେ ଚର୍ଚ୍ଚା ର ବିଷୟ ପାଲଟିଛି I

ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ପ୍ରତାପ ଙ୍କର ସେହି ଗୋଟିଏ କଥା I ସୂଚନା ଅନୁଯାଇ ଗତ ସୋମବାର ମାହାଙ୍ଗାର ଗୌଡ଼ପଡ଼ାଠାରେ ସନ୍ଧ୍ୟା ୬ଟାରେ ବିଜେଡି ତରଫ ରୁ ଏକ ସମାବେଶ କରାଯାଇଥିଲା ତେବେ ସମାବେଶ ରେ କାର୍ଯ୍ୟ ବିଳମ୍ବିତ ହେଇ ରାତ୍ର ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ ହେବାରୁ ଘଟଣା ସ୍ଥଳରେ କର୍ମୀ ମାନେ ଉତ୍ତେଜିତ ହେଇଥିଲେ I

ସମାବେଶ କୁ ଅନୁଭବ ଆସିବାର ଥିଲେ ମଧ୍ୟ ସେ ଆସିନଥିଲେ I ଫଳରେ କର୍ମୀମାନେ ରାଗିକି ଆମେ ବିଜେଡି କୁ ଭୋଟ ଦେବୁନି,ଆମ ନେତା ବୈଜୟନ୍ତ ପଣ୍ଡା ,ସେ କେଭେଁବି ଏତେ ସମୟ ଆମକୁ ଅପେକ୍ଷା କରେଇ ନଥାନ୍ତେ କହି ନାରା ଦେବା ସହିତ ସମାବେଶ ଛାଡୁଥିବା ବେଳେ ପ୍ରତାପ ଙ୍କ ଏକ ଅନୁରୋଧ ସମସ୍ତଙ୍କୁ ଚକିତ କରିଥିଲା I ବୈଜୟନ୍ତ ବିରୋଧୀ ଦଳରୁ ଠିଆ ହେଇଥିଲେ ମଧ୍ୟ ପ୍ରତାପ କହିଥିଲେ କି ଯଦି ବୈଜୟନ୍ତ ଙ୍କୁ ଭୋଟ ପଛେ ଦିଅନ୍ତୁ କିନ୍ତୁ ମତେ ଛାଡ଼ନ୍ତୁ ନାହିଁ ,ମତେ ମଧ୍ୟ ଭୋଟ ଦିଅନ୍ତୁ I

ବର୍ତମାନ ପ୍ରତାପ ଙ୍କର ଏହି କଥା ଏବେ ଚର୍ଚାର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *