ଗୁଗୁଲ କହୁଛି ଘୋଡ଼ା ର ୬ଟି ଗୋଡ଼:ଆଗରେ ୪ଟି ପଛରେ ୨ଟି

ବର୍ତମାନ ସମୟ ରେ ସମସ୍ତେ ଇଣ୍ଟର୍ନେଟ୍ ଓ ଗୁଗୂଲ୍ ଉପରେ ନିର୍ଭରଶୀଳ।କିଛି ବି ପ୍ରଶ୍ନ ଥିଲେ କି କିଛି ବି ଜାଣିବାକୁ ଥିଲେ ଲୋକ ପ୍ରଥମେ ଗୁଗୁଲ ଯାଇ ସର୍ଚ୍ଚ କରୁଛନ୍ତି।

ହେଲେ ଏହି ଗୁଗୁଲ ବି କେବେ କେବେ ଏପରି କିଛି ଅଜବ ଅଜବ ତଥ୍ୟ ଦେଉଛି ଯାହା ଚର୍ଚ୍ଚ ଏ ବିଷୟ ପାଲଟି ଯାଇଛି।

ପୂର୍ବରୁ ଟଏଲେଟ୍ ପେପର୍ ଫଟୋ ସର୍ଚ୍ଚ ପାଇଁ ଚର୍ଚ୍ଚ କୁ ଆସିଥିବା ବେଳେ ଏବେ ଗୁଗୁଲ କହୁଚି ଘୋଡ଼ା ର ୬ ଟି ଗୋଡ଼। ଆଗରେ ୪ ଟି ଏବଂ ପଛରେ ୨ ଟି।

ତେବେ ଏହି ତଥ୍ୟ ଅନ୍ୟ କୌଣସି ୱବସାଇଟରେ ରୁ ନୁହେଁ ଉଇକିପିଡ଼ିଆ ରୁ ଆସୁଚି ଯାହାକି ଏବେ ଚାରି ଆଡେ଼ ଚର୍ଚ୍ଚ ର ବିଷୟ ପାଲଟିଛି।

ଆପଣ ମଧ୍ୟ ଗୁଗୁଲ ରେ

How many legs does a horse have

ସର୍ଚ୍ଚ କରି ଦେଖି ପାରିବେ କିମ୍ବା ନିଜର ଫୋନ୍ ରେ ଥିବା ଗୁଗୁଲ ଆସିଷ୍ଟାଣ୍ଟ କୁ ମଧ୍ୟ ପଚାରି ଦେଖି ପାରିବେ।

ତେବେ ଏହା ଖୁବ୍ ଶୀଘ୍ର ସଂଶୋଧିତ ମଧ୍ୟ ହୋଇଯିବ। ଏହି ଅସୁବିଧା ଆସିବାର କାରଣ ହେଇଛି କି ଉଇକିପିଡ଼ିଆ ହେଉଛି open source।

ଅର୍ଥାତ୍ ଯେ କେହି ବି ଏହାକୁ ମାଡିଫିକେସନ୍ କରି ପାରିବେ।

Leave a Reply

Your email address will not be published. Required fields are marked *