ମହିଳାଙ୍କ ଅଭିଯୋଗ: କହ୍ନେୟାଙ୍କୁ ଭୋଟ୍‌ ଦେବାକୁ ଯାଇଥିଲି, ଅଫିସରମାନେ ଗିରିରାଜଙ୍କ ବଟନ ଦବାଇଦେଲେ

ବର୍ତ୍ତମାନ ବିହାର ର ବେଗୁସରାଏ ରେ ମତଦାନ କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ମହିଳା ଅଫିସର ମାନଙ୍କ ଉପରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ସେ ଯେତେବେଳେ ଇଭିଏମ ମେସିନ ରେ କାହ୍ନେୟା ଙ୍କୁ ଭୋଟ ଦେବାକୁ ଚାହୁଁଥିଲେ କିନ୍ତୁ ଜୋର୍ ଜବରସ୍ତ ତାଙ୍କୁ ଗିରିରାଜ ଙ୍କୁ ଭୋଟ ଦେବାକୁ ବାଧ୍ୟ କରାଯାଇଥିଲା। ଏବଂ ଏହି ଭିଡ଼ିଓ ଭାଇରାଲ ହେବା ପରେ ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଅନେକ ବିବାଦ ଆରମ୍ଭ ହୋଇଗଲାଣି।

ସୂଚନାଯୋଗ୍ୟ ଯେ ବେଗୁସୁରାଏ ରୁ କାହ୍ନେୟା କୁମାର ଙ୍କ ବିପକ୍ଷ ରେ ଲଢ଼ୁଛନ୍ତି ଗିରିରାଜ ସିଂହ। ସେହି ଦୁହେଁ ଚଳିତ ନିର୍ବାଚନ ରେ ପ୍ରଥମଥର ବେଗୁଶୁରାଏ ରୁ ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ଗିରିରାଜ ପୂର୍ବରୁ ନବାଦ ରୁ ନିର୍ବାଚନ ଲଢ଼ୁଥିଲେ କିନ୍ତୁ ପ୍ରଥମଥର ପାଇଁ ବେଗୁସୁରାଇ ରୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। ତେବେ ଭାଈରାଲ୍ ହୋଇଥିବା ଭିଡ଼ିଓ ଟି ଭବନଗାୱା ପଞ୍ଚାୟତ ର ଏକ ପୋଲିଂ ବୁଥ ର ବୋଲି ଜଣା ପଡିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏ ନେଇ କୌଣସି ସ୍ପଷ୍ଟୀକରଣ ଆସିନାହିଁ।

Leave a Reply

Your email address will not be published. Required fields are marked *