ଓଡ଼ିଶାରେ ବିଜେଡି ଠାରୁ ଲୋକସଭା ଆସନ ଛଡାଇ ନେବ ବିଜେପି :ଏକ୍ଜିଟ୍ ପୋଲ୍

ଗତକାଲି ଅଧିକାଂଶ ଏକ୍ଜିଟ୍ ପୋଲ୍ ର ରିପୋର୍ଟ ପ୍ରକାଶିତ ହେଇଚି ଯେଉଁଥିରେ କି ପୁଣି ଥରେ ମୋଦି ସରକାର କ୍ଷମତା କୁ ଆସିବ ବୋଲି ଆକଳନ କରାଯାଇଛି I ତେବେ ଓଡିଶା ପାଇଁ ବିଭିର୍ଣ୍ଣ ସଂସ୍ଥା ଏବଂ ଗଣମାଧ୍ୟମ ର ଏକ୍ଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇବା ପରେ ସମସ୍ତଙ୍କ ଆକଳନ ଭୁଲ ହେଇଯାଉଛି I ବିଜେପି ପ୍ରତି ଲୋକଙ୍କ ସମର୍ଥନ ର ହାୱା ନିର୍ବାଚନ ରେ ଜଣାପଡୁଥିଲା କିନ୍ତୁ ଏକ ପରିବର୍ତନ ର ଆଭାସ ମିଳୁଛି ଯାହାକି ରିପୋରଟି କହୁଛି I ବିଜେପି ଏଥର ଓଡ଼ିଶାରେ କଡା ଟକ୍କର ଦେଇ ଅଧିକାଂଶ ଲୋକସଭା ଆସନ କୁ ହାତେଇନେବ ବୋଲି ଏକ୍ଜିଟ୍ ପୋଲ୍ କହୁଛି I

ଗତ ନିର୍ବାଚନ ୨୦୧୪ ରେ ୨୧ଟି ଲୋକସଭା ଆସନ ରୁ ବିଜେଡି ୨୦ ପାଇଥିବା ବେଳେ ଏଥରକ କଡା ମୁକାବିଲା ହେବ I ଓଡିଶାର ୨୧ଟି ଲୋକସଭା ଆସନ ପାଇଁ ବିଭିର୍ଣ୍ଣ ସଂସ୍ଥା ଏବଂ ଗଣମାଧ୍ୟମ ରିପୋର୍ଟ ଅନୁଯାଇ ଆସନ୍ତୁ ଜାଣିବା I ଟାଇମ୍ସ ନାଓ ଏକ୍ଜିଟ୍ ପୋଲ୍ ରିପୋର୍ଟ ଅନୁଯାଇ ବିଜେଡିକୁ ୮, ବିଜେପିକୁ ୧୨ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବ Iଏବିପି ସି ଭୋଟର:ବିଜେଡି ୯, ବିଜେପି ୧୨, କଂଗ୍ରେସ:0 I ଇଣ୍ଡିଆ ଟିଭି ସିଏନଏକ୍ସ :ବିଜେଡି ୧୪, ବିଜେପି ୬, କଂଗ୍ରେସ;୧ I

ରିପବ୍ଲିକ ଟିଭି ସି ଭୋଟର:ବିଜେଡି ୧୦, ବିଜେପି ୧୧ କଂଗ୍ରେସ :0 I ରିପବ୍ଲିକ ଜନ୍ କି ବାତ୍ :ବିଜେଡି ୧୦, ବିଜେପି ୧୦, କଂଗ୍ରେସ:୧ I ନ୍ୟୁଜ୍ ୧୮ ଅନୁସାରେ, ବିଜେଡି ୮, ବିଜେପି ୧୩, କଂଗ୍ରେସ:0 I ଏବିପି ସିଡିଏସ୍: ବିଜେଡି ୬, ବିଜେପି ୧୩ଟି,କଂଗ୍ରେସ ୨

I ଚିନ୍ତାମଣି ୫ ଡଟ୍ସ:ବିଜେଡି ୮, ବିଜେପି ୧୩, କଂଗ୍ରେସ:0 I ନିର୍ବାଚନ ସଂକ୍ରାନ୍ତରେ ନିରପେକ୍ଷ ଖବର ପାଇବାକୁ ଫେସ୍ବୁକ ରେ ଲାଇକ /ଫଲୋ କରନ୍ତୁ ଆମ ଫେସ୍ବୁକ ପେଜ୍ କୁ

Leave a Reply

Your email address will not be published. Required fields are marked *