ନବୀନ ଙ୍କ 2019 ର ସିପାହୀ ମାନଙ୍କ ଭିତରେ ସବୁଠୁ ଚର୍ଚ୍ଚା ରେ ଥିଲେ ଆସ୍କା ଲୋକସଭା ପ୍ରାଥୀନି ପ୍ରମିଳା ବିଶୋଇ I ମାତ୍ର ତୃତୀୟ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରମିଳା ଟିକେଟ ପାଇବା ପରେ ଓଡିଶା ଠାରୁ ଆରମ୍ବ କରି ଜାତୀୟ ଗଣମାଧ୍ୟମ ରେ ଚର୍ଚ୍ଚା ରେ ଥିଲେ ପ୍ରମିଳା I ତେବେ ସବୁ ଚର୍ଚ୍ଚା ର ଅବସାନ ଘଟାଇ ବିପୁଳ ପରିମାଣରେ ବିଜୟୀ ହେଇଛନ୍ତି ପରି ମା I
ପ୍ରମିଳା ଙ୍କ ବିପକ୍ଷରେ ବିଜେପି ପ୍ରାଥୀ ଭାବରେ ଜଣେ ମହିଳା ଙ୍କୁ ଠିଆ କରାଇଥିଲେ ମଧ୍ୟ ପରି ମା ଙ୍କ ଯାଦୁ ଆଗରେ ଫିକା ପଡିଯାଇଥିଲେ ବିପକ୍ଷ ,ପାଖାପାଖି ୨ ଲକ୍ଷ ୪୭ ହଜାର ଭୋଟ ରେ ବିଜେପି ପ୍ରଥିନି ଙ୍କୁ ହରାଇଛନ୍ତି ପରି ମା I କେବେ ଗାଁ ଛାଡି ବାହାରକୁ ଯାଇନଥିବା ପ୍ରମିଳା ଏଥରକ ଗାଁ ରୁ ଦିଲ୍ଲୀ ଯିବେ ହେଲିକପ୍ଟର ରେ ବସିକି I
ଲୋକଙ୍କ ସମସ୍ୟା କୁ ଦିଲ୍ଲୀରେ ଉଠାଇବେ ,ତେବେ ପ୍ରମିଳା ହିନ୍ଦୀ ଇଂରାଜୀ ଜାଣିନଥିବା ବେଳେ ସୋସିଆଲ ମିଡିଆରେ ତାଙ୍କୁ କଟାକ୍ଷ କରାଯିବାରେ ଲାଗିଛି ,ଏହାକୁ କିନ୍ତୁ ହାଲୁକା ଭାବରେ ନେଇ ପ୍ରମିଳା କହିଛନ୍ତି ଯେ ଦୃଢ ମନୋବଳ ଥିଲେ ସବୁ ସମ୍ଭବ ,ସେ ହିନ୍ଦୀ ଇଂରାଜୀ ଶିଖିଯିବେ ଏବଂ ଦିଲ୍ଲୀରେ ଲୋକଙ୍କ ପାଇଁ ଲଢ଼ିବେ I