କଥା ରଖିଲେ ନବୀନ; ବୁଧବାର ଶପଥ ଗ୍ରହଣ ଦିନ ହିଁ ମିଳିବ କାଳିଆ ଟଙ୍କା

ବହୁମତରେ ଜିତିସାରିଛନ୍ତି ନବୀନ I ଆଗାମୀ ବୁଧବାର 29ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ I ତେବେ ବିଜେଡି ଦଳର ପୁନର୍ବାର ସଫଳତା ପଛରେ ମୁଖ୍ୟ ପ୍ରସଙ୍ଗ ଥିଲା କାଳିଆ I ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେଉଁଦିନ ସରକାର କୁ ଆସିବେ ସେହିଦିନ ହିଁ କାଳିଆ ପଇସା ର ଅବଶିଷ୍ଟ ପ୍ରଦାନ କରାଯିବ I ଚାଷୀ ମାନଙ୍କୁ ସହାୟତା ନିମନ୍ତେ ଦୁଇ କିସ୍ତିର ଏକାଥରେ ୧୦ ହଜାର ଟଙ୍କା ଡଦିଆଯିବାକୁ ପ୍ରସ୍ତୁତି ଆରମ୍ଭ ହେଇଗଲାଣି I

ପ୍ରାଥମିକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୦ ଲକ୍ଷ ଚାଷୀ ଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇଦିଆଯାଇଥିବା ବେଳେ ନିର୍ବାଚନ ଆଚରଣ ବିଧି ପାଇଁ ଅନ୍ୟ ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦିଆଯାଇପାରିନଥିଲା I ତେବେ ନିଜ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ ,ଶପଥ ଗ୍ରହଣ ଦିନ ହିଁ ଅବଶିଷ୍ଠ ଚାଷୀଙ୍କ ଆକାଉଣ୍ଟସ କୁ ସହାୟତା ଟ୍ରାନ୍ସଫର କରିଦିଆଯିବ I ଏନେଇ ଚୂଡାନ୍ତ ପ୍ରସ୍ତୁତି ସରିଯାଇଛି I

Leave a Reply

Your email address will not be published. Required fields are marked *