ଧର୍ମେନ୍ଦ୍ର ଙ୍କୁ ଗୁରୁ ଦାୟିତ୍ୱ , ଅମିତ ଶାହା ଙ୍କ ସ୍ଥାନ ନେବେ ଧର୍ମେନ୍ଦ୍ର !

ଚଳିତ ନିର୍ବାଚନ ରେ ବିଜେପି ବିପୁଳ ପରିମାଣରେ ଜିତି ଆସନ୍ତା 30ତାରିଖ ରେ ସରକାର ଗଢିବାକୁ ଯାଉଥିବା ବେଳେ ଏବେ ଜାତୀୟ ଗଣମାଧ୍ୟମ ର ଚର୍ଚ୍ଚା ରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ Iଜାତୀୟ ଗଣମIଧ୍ୟମ ଚର୍ଚ୍ଚା ଅନୁଯାଇ ବିଜେପି ର ଶକ୍ତି ବୃଦ୍ଧି ରେ ପ୍ରମୁଖ ଦାବିଦାର ହେଉଛନ୍ତି ଅମିତ ଶାହା I

ମୋଦିଙ୍କ ସବୁଠାରୁ ଅଧିକ ବିଶ୍ୱସ୍ତ ଶାହା ଙ୍କୁ ନୂଆ କ୍ୟାବିନେଟରେ କେନ୍ଦ୍ରମନ୍ତ୍ରୀ କରାଯାଇପାରେ I ବିଶେଷ କରି ଏଥରକ ସ୍ୱାସ୍ଥ୍ୟଗତ କାରଣରୁ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ହେଇନପାରନ୍ତି ଯଦି ସେଭଳି ହୁଏ ତେବେ ଅମିତ ଙ୍କୁ ଅର୍ଥମନ୍ତ୍ରୀ କରାଯିବ I ଅମିତ ଙ୍କ ମନ୍ତ୍ରୀ ପରେ ସଭାପତି ପଦ ଖାଲି ପଡୁଥିବା ବେଳେ ଏହି ପଦବୀ ରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଦାୟିତ୍ୱ ଦିଆଯିବ I କାହିଁକିନା ସବୁଠାରୁ ଖାସ ଏବଂ ବିଶ୍ୱସ୍ତ ଲୋକଙ୍କ ଧର୍ମେନ୍ଦ୍ର ଅନ୍ୟତମ I ଏମିତି ରେ ତୈଳ ମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ର ବେଶ ସୁଚାରୁ ରୂପେ ଦାୟିତ୍ୱ ସମ୍ପାଦନ କରିଛନ୍ତି

I ବିଶେଷ କରି ଉଜ୍ଵଳI ଯୋଜନାର ସଫଳତା ଅନ୍ୟତମ I ଏହାସହିତ ଓଡ଼ିଶାରେ ପୂର୍ବ ନିର୍ବାଚନ ଅନୁଯାଇ ଏଥରକ ଧର୍ମେନ୍ଦ୍ର ଙ୍କ ନେତୃତ୍ୱ ରେ ବିଜେପି ବହୁତ ଭଲ କରିଥିବା ବେଳେ 23 ବିଧାୟକ ଏବଂ 8 ସାଂସଦ ଜିତିଛନ୍ତି I

Leave a Reply

Your email address will not be published. Required fields are marked *