ଅଭିନେତ୍ରିରୁ ସାଂସଦ,ପ୍ରଥମ ଦିନରେ ସଂସଦରେ ପହଂଚି ନିଜର ଫଟୋ ଉଠାଇ ସୋସିଆଲ ମେଡିଆରେ ଟ୍ରଲ୍

17ତମ ଲୋକସଭା ନିର୍ବାଚନରେ 78ଜଣ ମହିଳା ସାଂସଦ ହୋଇ ସଂସଦରେ ପହଁଚିଲେ I ଏହି ମହିଳା ସାଂସଦ ଭିତରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ନୁସରତ ଓ ମିମି ଚକ୍ରବର୍ତୀ ସାମିଲୀ ଥିଲେ I ଯେତେବେଳେ ଏହି ଦୁଇଜଣ ପ୍ରଥମଥର ପାଇଁ ସଂସଦରେ ପହଁଚିଲେ ସେତେବେଳେ ସେହି ଦୁଇଜଣ ନିଜର ଫଟୋ ଉଠାଇ ସୋସିଆଲ ମେଡିଆରେ ପୋଷ୍ଟ କଲେ I ନୁସରତ କହିଲେ ଜନତା ଓ ମମତା ବାନାର୍ଜୀ ମୋ ଉପରେ ଭରସା କରିଥିବାରୁ ଧନ୍ୟବାଦ I ମିମି ଚକ୍ରବର୍ତୀ ଲେଖିଲେ ସଂସଦରେ ଏହା ମୋର ପ୍ରଥମ ଦିନ I ଯେଉଁଠି ବିଜେପିର ସାଂସଦ ଆଶିଷ ମାଖର୍ଡ ସଂସଦରେ ପହଂଚି ପ୍ରଣାମ କରୁଥିବାବେଳେ ସେଇଠି ସାଂସଦ ମିମି ଚକ୍ରବର୍ତୀ ଓ ନୁସରତ ସଂସଦରେ ପହଂଚି ନିଜର ଫଟୋ ଉଠାଇ ସୋସିଆଲ ମେଡିଆରେ ପୋଷ୍ଟ କରୁଛନ୍ତି I

ଏହାକୁ ଦେଖି ସୟାନି ମୁଖାର୍ଜୀ କହିଲେ ଏଭଳି ମହିଳାକୁ ବାଛି ତମେ ସଂସଦର ମଜାକ ଉଡେଇଛ I ବୈଶାଳୀ କହିଲେ ଏହା ଦେଶର ସଂସଦ ନା ଫେସନ ଶୋ I ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସବୁଠୁ ଅଧିକ 41 ମହିଳାଙ୍କୁ ଟିକେଟ ଦେଇଥିଲା ଯେଉଁଥିରେ ଫିଲ୍ମି ହେରୋଇନି ସାମିଲୀ ଥିଲେ I ଏହି ଦୁଇଜଣ ମହିଳା ପ୍ରଥମଥର ସାଂସଦରେ ଜିତି ସଂସଦ ପହଂଚିଥିଲେ I

Leave a Reply

Your email address will not be published. Required fields are marked *