ସୌମ୍ୟ ଙ୍କୁ ଗୁରୁତ୍ୱ ଦେଲେନି ନବୀନ ,ମିଳିଲାନି ମନ୍ତ୍ରୀପଦ

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ବିଜେଡି ସୁପ୍ରିମ ନବୀନ ପଟନାୟକ I ନୂଆ ମନ୍ତ୍ରୀମଣ୍ଡଳ ରେ 19ଜଣ ଙ୍କୁ ସ୍ମାଇଲ କରାଯାଇଥିବା ବେଳେ 9ଜଣ ନୂଆ ମୁଁହ ଅଛନ୍ତି I ତେବେ ସବୁଠାରୁ ଚର୍ଚାରେ ଥିବା ସୌମ୍ୟ ପଟନାୟକ ଙ୍କୁ ମନ୍ତ୍ରୀମଣ୍ଡଳ ରେ ସୁଯୋଗ ମିଳିନାହିଁ I ସୌମ୍ୟ କଂଗ୍ରେସ ରୁ ବିଦା ହେବା ପରେ ନିଜର ଏକ ଦଳ ଗଢ଼ିଥିଲେ ମଧ୍ୟ ପରାଜୟ ର ପିଛା ଛାଡ଼ିନଥିଲା ସୌମ୍ୟଙ୍କୁ I ଶେଷରେ ବିଜେଡି ରେ ମିଶିଥିଲେ ସୌମ୍ୟ ଏବଂ ରାଜ୍ୟସଭା ସାଂସଦ ଭାବେ ତାଙ୍କୁ ମନୋନୀତ କରାଯାଇଥିଲା I

ଚଳିତ ନିର୍ବାଚନ ରେ ସୌମ୍ୟ ଖଣ୍ଡପଡ଼ା ଆସନରୁ ନିର୍ବାଚନ ଲଢୁଥିଲେ ପ୍ରତିପକ୍ଷ ଙ୍କୁ ମଧ୍ୟ ବିପୁଳ ଭୋଟ ବ୍ୟବଧାନ ରେ ପରାସ୍ତ କରିଛନ୍ତି I ପାଖାପାଖି 81 ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜୟୀ ହେଇଥିବା ସୌମ୍ୟ ଙ୍କୁ ମନ୍ତ୍ରୀମଣ୍ଡଳ ରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ନବୀନ ତାଙ୍କୁ ସାମିଲ କରିନାହାନ୍ତି Iନବୀନ ଙ୍କ କ୍ୟାବିନେଟ ମନ୍ତ୍ରୀ କଥା ଦୂରେ ଥାଉ ଏପରିକି ରାଷ୍ଟ୍ରମନ୍ତ୍ରୀ ପଦ ମଧ୍ୟ ସୌମ୍ୟ ଙ୍କୁ ମିଳିନାହିଁ

I 22ଜଣ ମନ୍ତ୍ରୀ ମଧ୍ୟରୁ 21ଜଣଙ୍କ ନାମ ଘୋଷଣା ସରିଥିବା ବେଳେ ଆଉ ମାତ୍ର ଗୋଟିଏ ମନ୍ତ୍ରୀପଦ ଖାଲି ଅଛି I ଏବେ ଅପେକ୍ଷା ରହିଛି କି ତାଙ୍କୁ ସେହି ଖାଲିଥିବା ପଦ ମିଳିବ କି ବାଦ ପଡିବେ ସୌମ୍ୟ I

Leave a Reply

Your email address will not be published. Required fields are marked *