ପ୍ରତାପ ନନା ଙ୍କୁ ଆସିଲା ପିଏମଓ ରୁ କଲ ମିଳିବ କେନ୍ଦ୍ର ରେ ମନ୍ତ୍ରୀପଦ

ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ଯାଏଁ ସବୁଠି ଚର୍ଚ୍ଚା I ବାଲେଶ୍ୱର ର ଚାଳଘର ରୁ ଦିଲ୍ଲୀ ଯାତ୍ରା I ମୈଦାନ ରେ କୋଟିପତି ପ୍ରତିପକ୍ଷ ଙ୍କୁ ହରାଇ ସାରା ଦେଶରେ ଚର୍ଚ୍ଚା ରେ ଅଛନ୍ତି ପ୍ରଥମ ଥର ପାଇଁ ସାଂସଦ ହେଇଥିବା ପ୍ରତାପ ଷଡ଼ଙ୍ଗୀ Iନିଜର ସରଳ ଜୀବନ ଜାପନ ଏବଂ ଲୋକ ସେବା ପାଇଁ ଏବେ ଚର୍ଚାରେ ଥିବା ପ୍ରତାପ ଷଡ଼ଙ୍ଗୀ ଙ୍କୁ ପିଏମଓ ରୁ ଫୋନ କଲ ଆସିଛି I ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଫୋନ କଲ ଆସିଥିବା ବେଳେ ଏବେ ପୁଣି ପ୍ରତାପ ଙ୍କୁ ଫୋନ କଲ ଆସିଛି I

ଆଜି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେଉଥିବା ବେଳେ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ ଶପଥ ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ପ୍ରତାପ ଙ୍କୁ ମନ୍ତ୍ରୀ ମଣ୍ଡଳ ରେ ସାମିଲ କରାଯାଇପାରେ ସୂଚନା ମିଳିଛି I

Leave a Reply

Your email address will not be published. Required fields are marked *