ଅବସର ପରେ ବି ଯୁବରାଜଙ୍କ ଖେଳିବାର ଇଚ୍ଛା, ଏହି ଫର୍ମାଟରେ ପଡ଼ିଆକୁ ଓହ୍ଲାଇବା ଲାଗି ବିସିସିଆଇକୁ ମାଗିଲେ ଅନୁମତି

ନିକଟରେ ଅବସର ଘୋଷଣା କରିଥିବା ଯୁବରାଜ ସିଂହ ବିଦେଶରେ ହେଉଥିବା ବିଭିନ୍ନ T-20 ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବିସିସିଆଇଠୁ ଔପଚାରିକ ଭାବେ ଅନୁମତି ମାଗିଛନ୍ତି।ଯେହେତୁ ସେ ଅନ୍ତ୍ରଜାତିକ କ୍ରିକେଟ୍ ଓ ଆଇପିଏଲ ରୁ ଅବସର ନେଇ ସାରିଛନ୍ତି ତେଣୁ ତାଙ୍କୁ ଅନୁମତି ମିଳିବାର କୌଣସି ସମସ୍ୟା ନାହିଁ ବୋଲି ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ବର୍ତ୍ତମାନ ଖେଳୁଥିବା ସମସ୍ତ ଖେଳାଳିଙ୍କୁ ବିଦେଶରେ ହେଉଥିବା T-20 ପ୍ରତିଯୋଗିତାରେ ଖେଳିବା ପାଇଁ ବିସିସିଆଇ ବାରଣ କରିଛି।ତେଣୁ ଯୁବରାଜ ଏ ସବୁ ପ୍ରତିଯୋଗିତା ରେ ଖେଳିବାକୁ ଆଗ୍ରହ ନ ଥିବାରୁ ଅବସର ନେଇଥିବା କହିଥିଲେ।ବିରେନ୍ଦ୍ର ସେହୱାଗ ଓ ଜାହିର ଖାନ୍ ଅବସର ନେବା ପରେ ୟୁଏଇ ରେ ହେଉଥିବା ପ୍ରତିଯୋଗିତାରେ ଖେଳିବା ପାଇଁ ସୁଯୋଗ ପାଇଥିଲେ।ଗତ ମାସରେ ଇରଫନ୍ ପଠାନ ପ୍ରଥମ ଭାରତୀୟ ଖେଳାଳି ଭାବେ କାରବୀୟ ପ୍ରୀମିୟର ଲିଗ୍ ରେ ଖେଳିଥିଲେ।ବର୍ତ୍ତମାନ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳୁଥିଲେ ବି ଏହି ଲିଗ୍ ରେ ବିସିସିଆଇ ଅନୁମତି ନେଇ ନ ଥିଲେ।ଯୁବରାଜ ଏହି ବୟସରେ ନିଜ ଜୀବନକୁ ଉପଭୋଗ କରିବାକୁ ଚାହୁଁଥିବା ରୁ ତାଙ୍କୁ ଏହି ସୁଯୋଗ ଦିଆଯାଉ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *