ନିକଟରେ ବାତ୍ୟା ଫନି ବିଦ୍ୟୁତ ବିଭାଗ କୁ ଧ୍ୱସ୍ତବିଧ୍ୱସ୍ତ କରି ଚାଲିଯାଇଥିବା ବେଳେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ବିଦ୍ୟୁତ ବ୍ୟବସ୍ତା ରେ ସୁଧାର ଆଣି ଚର୍ଚ୍ଚା ରେ ଥିଲେ ବିଦ୍ୟୁତ ବିଭାଗ ର କର୍ମଚାରୀ I ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ସବୁଠି ରାତାରାତି ପାଲଟିଯାଇଥିଲେ ହିରୋ I ତେବେ ପୁଣି ଥରେ ଚର୍ଚ୍ଚା କୁ ଆସିଛି ବିଦ୍ୟୁତ ବିଭାଗ I ବିଦ୍ୟୁତ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଇଥିଲେ ମଧ୍ୟ ବୋଧହୁଏ ସବୁଠୁ ଅବହେଳିତ ଏହି ବିଭାଗଟି I ଦୀର୍ଘ ଦଶନ୍ଧି ଧରି ଏହି ବିଭାଗ ଏବଂ ଏହାର କର୍ମଚାରୀ ଅବହେଳିତ ଥିଲେ ମଧ୍ୟ ସତେ ଯେପରି କାହାର ନଜର ନାହିଁ ଏମାନଙ୍କ ପ୍ରତି I
ବିଶେଷ କରି ସେସୁ ରେ ଫ୍ରାଞ୍ଚାଇଜ ଘୋଟଲା ଚାଲିଥିବା ବେଳେ ଏବେ ପୁଣିଥରେ ୱେସ୍କୋ ଏବଂ ସାଉଥ କୋ କୁ ଘରୋଇ କମ୍ପାନୀ ହାତରେ ଟେକିଦେବା ପାଇଁ ଟେଣ୍ଡର ଡାକିଚି ଓଇଆରସି I
ପୂର୍ବରୁ ମଧ୍ୟ ଏନେଇ ଅନେକ ବାର ଉଦ୍ୟମ ସରିଥିଲେ ବି କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରିନଥିବାରୁ ପୁନର୍ବାର ଘରୋଇକରଣ ପାଇଁ ଅଣ୍ଟା ଭିଡିଛି ଓଡିଶା ବିଦ୍ୟୁତ ନିୟାମକ I ଏନେଇ ବାହାରିଥିବା ବିଜ୍ଞାପନ ଅନୁଯାଇ ଆଜି 28.06.2019 ତାରିଖ ରୁ ଏହି ଫର୍ମ ଅନଲାଇନ ରେ ମିଳିପାରିବ ଏବଂ 25ଜୁଲାଇ ରେ ଏ ସମ୍ପର୍କିତ ବୈଠକ ବସି ସ୍ଥିର କରାଯିବ I