ପପୁ ବନାମ ଦୂତି! ଝିଅ ଯଦି ଝିଅକୁ ବାହା ହବ ପୁଅକୁ ବାହା ହବ କିଏ?? ପପୁ

ପପୁଙ୍କ ପଛରୁ ବିବାଦ ଛାଡୁନି। ପପୁଙ୍କ ଫିଲ୍ମ କହ୍ନେୟା କୁମାରର ପୋଷ୍ଟରରୁ ସୃଷ୍ଟି ହେଇଥିବା ବିବାଦ ସତେକି ଛାଡିବାର ନାଁ ଧରୁନି। ପପୁ ଆଉ ପୋଷ୍ଟର ବିବାଦ ଭିତରେ ଧସେଇ ପସିଯାଇଥିଲେ ଦୌଡରାଣୀ ଦୁତି ଚାନ୍ଦ।  ‘ମିଷ୍ଟର କହ୍ନେୟା’ ଫିଲ୍ମରେ ରିଲିଜ ହୋଇଥିବା ପୋଷ୍ଟରରେ ପପୁ ୭ ଜଣ ନାରୀଙ୍କ ବେକରେ ବନ୍ଧା ହୋଇଥିବା ରଶିକୁ ହାତରେ ଧରି ପୋଜ୍‌ ଦେଇଥିଲେ ଏହି ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନ କରାଯାଇଛି ବୋଲି ଦୁତି ନିଜର ଫେସବୁକ ଆକାଉଣ୍ଟରେ ବିରୋଧ କରିଥିଲେ। ଫଳରେ ବିବାଦ ଆଗକୁ ବଢ଼ିଥିଲା। ଆଉ ୟାରୀ ଭିତରେ ପପୁ ଦୁତି ଚାନ୍ଦଙ୍କ ସମାଲିଙ୍ଗୀ ସମ୍ପର୍କକୁ ଆପେକ୍ଷ କରିବା ସହ ‘‘ଦୂତି ଚାନ୍ଦ ନାରୀ ଜାତିକୁ କେତେ ସମ୍ମାନ ଦିଏ ତାହା ସମସ୍ତେ ଜାଣିଛନ୍ତି। ଯଦି ଏଠାରେ ଝିଅ ଝିଅକୁ ବାହା ହେବେ ତାହାଲେ ପୁଅ କାହାକୁ ବାହା ହେବେ? ଏହା ଓଡ଼ିଶାର ସଂସ୍କୃତି ନୁହେଁ’’, ଏମିତି କହି ଦୂତି ଚାନ୍ଦଙ୍କୁ ସିଧା ସଳଖ ଆକ୍ଷେପ କରିଛନ୍ତି ପପୁ ପମ୍‌ ପମ୍‌। ‘‘ଘାସ କାଟି ଦୂତିଙ୍କୁ ତାଙ୍କ ମା’ ବଡ଼ କରିଥିଲେ। ହେଲେ ଦୂତି ଆଜି ତାଙ୍କ ମା’ ଏବଂ ଭଉଣୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।
ଦୂତିଙ୍କ ବିରୋଧରେ ଏମିତି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ପପୁ। ସେପଟେ ନିଜ ଫେସ୍‌ବୁକ୍‌ ପୋଷ୍ଟରେ ଦୂତି ପପୁଙ୍କୁ ସମାଲୋଚନା କରିବା ସହ ମାନହାନି ମକଦ୍ଦମା କରିବେ ବୋଲି ଧମକ ଦେଇଛନ୍ତି। ତେବେ ଆଗକୁ ଦେଖିବାକୁ ବାକି ରହିଲା ଘଟଣା କୋଉ ମୋଡ଼ ନେଉଛି।

Leave a Reply

Your email address will not be published. Required fields are marked *