ଏ ବର୍ଷ ଆସୁଛି ୩ଟି ଟିଭି ଚାନେଲ ,ଗୋଟିଏ ନ୍ୟୁଜ ଅନ୍ୟ ୨ଟି ମନୋରଞ୍ଜନ ଧର୍ମୀ

new tv chanel odisha

2020 ରେ ତିନୋଟି ଟିଭି ଚାନେଲ ଆସୁଛି ,ଯାହାକି ଓଡିଶା ବାସୀଙ୍କ ପାଇଁ ଖୁସି ଖବର I ସୋସିଆଲ ମିଡିଆରେ ଖବର ପ୍ରସାରଣ ରେ ସବୁଠୁ ଚର୍ଚାରେ ଥିବା ‘ଅର୍ଗସ୍‌’ ୱେବ ଚାନେଲ ଏବେ ସାଟେଲାଇଟ ନିଉଜ ଚାନେଲ ହେବାକୁ ଯାଉଛି I ଦେଢ଼ବର୍ଷ ତଳେ ଆରମ୍ଭ ହେଇଥିବା ଏହି ୱେବ ଚାନେଲ ଆଜିକା ଦିନରେ ଖୁବ କମ ସମୟରେ ଲୋକଙ୍କ ଦ୍ୱାରା ଆଦୃତ ହେଇପାରିଛି କିନ୍ତୁ ବିଜ୍ଞାପନ ଦାତା ଙ୍କୁ ସେତେଟା ଆକୃଷ୍ଟ କରିପାରିନି ଫଳରେ ବ୍ୟବସାୟିକ କ୍ଷତି କୁ ଭରଣା କରି ଖବର ରେ ଉର୍ଣ୍ଣତ ଆଣିବାକୁ ଅର୍ଗସ ଏବେ ସାଟେଲାଇଟ ରେ ପାଦ ଦେବାକୁ ଯାଉଛି I ନିର୍ଦ୍ଧିଷ୍ଟ ଖବର ଅନୁଯାଇ ଏହା ୨୦୨୦ ରଥଯାତ୍ରା ଦିନ ଶୁଭାରମ୍ଭ ହେବ I ସେହିପରି ମନୋରଞ୍ଜନଧର୍ମୀ ଚାନେଲ ଗୁଡ଼ାଏ ରହିଥିଲେ ମଧ୍ୟ ଏବେ ଶୀର୍ଷରେ ଅଛନ୍ତି ତରଙ୍ଗ ଏବଂ ସାର୍ଥକ ତେବେ ଖୁବ ଶୀଘ୍ର ଏ ଦୁଇ ଚାନେଲ କୁ ଟକ୍କର ଦେବାକୁ ଆସୁଛନ୍ତି ଦୁଇଟି ମନୋରଞ୍ଜନଧର୍ମୀ ଚାନେଲ I ଇଷ୍ଟର୍ନ ମିଡ଼ିଆ ଦ୍ୱାରା ମଞ୍ଜରୀ ଟିଭି ଖୁବ ଶୀଘ୍ର ଆସିବାକୁ ଯାଉଛି ,ନୂଆବର୍ଷ 2020 ରୁ ଏହାର ପ୍ରଚାର ଆରମ୍ଭ ହେଇସାରିଥିବା ବେଳେ ଫେବୃଆରୀ 14ରେ ଏହି ଚାନେଲ ରେ ପ୍ରଥମ ଧାରାବାହିକ ମୋ ଦେହେ ବୋଳିଦେ ତୋ ଦେହ କଳା ଶୁଭାରମ୍ଭ ହେବାକୁ ଯାଉଛି I

ଏହାକୁ ସମ୍ବାଦ ଗ୍ରୁପ ଦ୍ୱାରା ପରିଚାଳନା କରାଯାଉଛି I ସୂଚନା ଥାଉ କି ଖବର କାଗଜ ,ଗଣମାଧ୍ୟମ ରେ ଏକ ବିପ୍ଳବ ଆଣିଥିବା ସୌମ୍ୟ ପଟନାୟକ ଉଭୟ ସମ୍ବାଦ ଏବଂ ଏବଂ କନକ ର ମାଲିକ ,ମିଡ଼ିଆ ବାଦଶାହା ଭାବେ ସୌମ୍ୟ ଙ୍କୁ ଜଣାଯାଏ ,ମନୋରଞ୍ଜନଧର୍ମୀ ଚାନେଲ ରେ କିଭଳି ଅଗ୍ରଣୀ ଚାନେଲ କୁ ଟକ୍କର ଦେବେ ତାହା ଆଗାମୀ ଦିନରେ ଜଣାପଡିବ ତେବେ ଏହି ଚାନେଲ ଟି ସମ୍ପୂର୍ଣ୍ଣ ଦେୟମୁକ୍ତ I ଏହାସହିତ ସୀତାରାମ ଅଗ୍ରୱାଲ ଙ୍କ ନୂଆ ଚାନେଲ ସିଦ୍ଧାର୍ଥ ଟିଭି ପୁରା ଦମ ରେ ପ୍ରସ୍ତୁତି ଚଳାଇଛି ନୂଆ ଭାବରେ ଆସିବାକୁ I 2010 ରେ ସୀତାରାମ ଙ୍କ ଦ୍ୱାରା ଆରମ୍ଭ ହେଇଥିବା ସାର୍ଥକ ଚାନେଲ ଓଡ଼ିଶାର ସବୁଠୁ ବଡ ଚାନେଲ ଭାବେ ଲୋକପ୍ରିୟତା ହାସଲ ପରେ ଏହାକୁ ପରିଚାଳନା କରିବାରେ ବ୍ୟାପକ ଅର୍ଥ ଆବଶ୍ୟକ ହେବାରୁ 2015ରେ ଜି ମିଡ଼ିଆ କୁ 115କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ I ଜି ମିଡ଼ିଆ ଚୁକ୍ତି ଅନୁଯାଇ 2020 ପର୍ଯ୍ୟନ୍ତ କୌଣସି ନୂଆ ଚାନେଲ କରିପାରିବେ ନାହିଁ ଚାନେଲ ମାଲିକ ତେଣୁ ୟୁଟ୍ୟୁବ ରେ ସିଦ୍ଧାର୍ଥ ଟିଭି ର ଅୟଆରମ୍ଭ କରିଥିଲେ ଶ୍ରୀଯୁକ୍ତ ଅଗ୍ରୱାଲ I ଇତିମଧ୍ୟରେ ୟୁଟ୍ୟୁବ ଦ୍ୱାରା ଘରେ ଘରେ ପରିଚିତ ହେଇସାରିଲାଣି ସିଦ୍ଧାର୍ଥ ଟିଭି I ଏପରିକି ଓଡିଶା ର ପ୍ରଥମ ୟୁଟ୍ୟୁବ ଚାନେଲ ଭାବେ ୟୁଟ୍ୟୁବ ରୁ ଗୋଲଡ ପ୍ଲେ ବଟନ ହାସଲ କରିଥିଲେ ସୀତାରାମ I ଜ଼ି ମିଡ଼ିଆ ସହିତ ତାଙ୍କ ଚୁକ୍ତି ସରିଯାଉଥିବା ବେଳେ ଆଗାମୀ ଜୁନ ଶେଷ ସୁଦ୍ଧା ସିଦ୍ଧାର୍ଥ ଟିଭି ସାଟେଲାଇଟ ରେ ଆସିବ ବୋଲି ଖବର ମିଳିଛି I ତେବେ ସିଦ୍ଧାର୍ଥ ଏକାସାଙ୍ଗରେ ଚାରୋଟି ଚାନେଲ ଆଣିବାକୁ ଯାଉଛି ଯଥା ସିଦ୍ଧାର୍ଥ ଟିଭି ,ସିଦ୍ଧାର୍ଥ ଭକ୍ତି ,ସିଦ୍ଧାର୍ଥ ମ୍ୟୁଜିକ ଏବଂ ଏକ ବଙ୍ଗଳା ଚାନେଲ ସିଦ୍ଧାର୍ଥ ବଙ୍ଗଳା I

Leave a Reply

Your email address will not be published. Required fields are marked *