ସେସୁ ରେ ଜୋରଦାର ଚାଲିଛି ଉପଭୋକ୍ତା ଙ୍କ ବକେୟା ଆଦାୟ I ବାକି ରଖିଥିବା ଉପଭୋକ୍ତା ଙ୍କୁ ମାଫ କରାଯିବନି ବୋଲି ରୋକଠୋକ ଶୁଣାଇଦେବାପରେ ଜାନୁଆରୀ 16ତାରିଖ ରୁ ବକେୟା ଆଦାୟ ହେଉଛି I ତେବେ ପୁରୀ ରେ ଦେଖିବାକୁ ମିଳିଛି ଏକ ଘଟଣା ଯେଉଁଥିରେ କି ବାକି ରଖିଥିବା ଜଣେ ଉପଭୋକ୍ତା କନିଷ୍ଠ ଯନ୍ତ୍ରୀ ଙ୍କୁ ବାଡେଇ ଲହୁଲୁହାଣ କରିଦେଇଛନ୍ତି ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି I ଏପଟେ ସିଇଓ ବୋଥ୍ରା ମହୋଦୟ କହୁଛନ୍ତି ଲାଇନ କାଟ ସେପଟେ ଉପଭୋକ୍ତା ବାଡେ଼ଇଲେ ପୋଲିସ ଶୁଣୁନି ,ଦୋ ଛକିରେ କର୍ମଚାରୀ I ସୂଚନା ଅନୁଯାଇ ପୁରୀ ବିଦ୍ୟୁତ ଡିଭିଜନ ର ବ୍ରହ୍ମଗିରି ଅଞ୍ଚଳ ରେ ବଜାର ରେ 90ହଜାର ବକେୟା ରଖିଥିବା ଗଜେନ୍ଦ୍ର ବିଶ୍ୱାଳ ଙ୍କୁ ଫେଡ଼କୋ ଜେଇ ବକେୟା ପୈଠ କରିବାକୁ କହିବାରୁ ଏକ ତାରିଖ ନେଇଥିଲେ ,ନିର୍ଦ୍ଧିଷ୍ଟ ତାରିଖ ରେ ବକେୟା ନଦେବାରୁ ତାଙ୍କ ବିଦ୍ୟୁତ ସଂଯୋଗ କୁ 25.01.2020 ରେ ବିଛିର୍ଣ୍ଣ କରିଦିଆଯାଇଥିଲା I ଘଟଣା ସ୍ଥଳରେ ସେସୁ ଏବଂ ଫେଡ଼କୋ ର ଜେଇ ପବିତ୍ର ମୋହନ ନାୟକ ,ଦୁଷ୍ମନ୍ତ ସାମଲ ,ଲଷ୍ମୀଧର ନାଥ ,ଦଣ୍ଡପାଣି ମଲିକ ଉପସ୍ଥିତ ଥିବାବେଳେ ଗଜେନ୍ଦ୍ର ଙ୍କ ଭାଇ ଦୀପକ ବିଶ୍ୱାଳ ଏବଂ କୁଞ୍ଜ ବିଶ୍ୱାଳ ଯୁକ୍ତିତର୍କ କରିବା ସହିତ ଜେଇ ପବିତ୍ର ମୋହନ ଙ୍କ ସହିତ ଅନ୍ୟ କର୍ମଚାରୀ ଙ୍କୁ ମରଣାନ୍ତକ ଆକ୍ରମଣ କରି ଗଣ୍ଡଗୋଳ କରିଥିଲେ I ଏନେଇ ଜେଇ ବ୍ରହ୍ମଗିରି ଥାନାରେ ଏତଲା ଦେଇଥିଲେ ମଧ୍ୟ ନାମକୁ ମାତ୍ର ଏତଲା ରୁଜୁ କରି ଚୁପ ରହିଯାଇଛି ପୋଲିସ I ବିଦ୍ୟୁତ କର୍ମଚାରୀ ଙ୍କୁ ମାଡ ମାରିଥିବା ଅଭିଯୁକ୍ତ ଙ୍କୁ
ଗିରଫ କରିବାକୁ ପଛଘୁଞ୍ଚା ଦେଉଛି ପୋଲିସ I ସୂଚନା ଅନୁଯାଇ ମାଡ ମାରିଥିବା ଅଭିଯୁକ୍ତ ଜଣଙ୍କ ବ୍ରହ୍ମଗିରି ର ଏକ ସରକାରୀ କଲେଜ ରେ ଅସ୍ଥାୟୀ କର୍ମଚାରୀ ଭାବେ ନିୟୋଜିତ I ଏଭଳି କ୍ଷେତ୍ରରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି କର୍ମଚାରୀ ,ଏପର୍ଯ୍ୟନ୍ତ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ପୋଲିସ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି I ଏନେଇ ତୁରନ୍ତ ସେସୁ ସିଇଓ ବୋଥ୍ରା ମହୋଦୟ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି I ପୁରୀ ରୁ ସମ୍ବାଦଦାତା :ରାଜେଶ/OdishaExclusive