ଠିକାଦାର ସେସୁ କର୍ତ୍ତୃପକ୍ଷ ଙ୍କ ମଧୁଚନ୍ଦ୍ରିକା – ଠିକା କର୍ମଚାରୀ ଙ୍କୁ ଜୁଲମ, କର୍ମଚାରୀ ଙ୍କୁ ମିଳୁନି ଛୁଟି,ESI

ସେସୁ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଣି ସାମ୍ନା କୁ ଆସିଛି ଆଉ ଏକ ବଡ ଖବର I ସେସୁ କର୍ତ୍ତୃପକ୍ଷ ଏବଂ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ବଳି ପଡୁଛନ୍ତି ନିରୀହ କର୍ମଚାରୀ I ସେସୁ ବାଲୁଗାଁ ଡିଭିଜନ ର ସବ ଷ୍ଟେସନ ରକ୍ଷଣାବେକ୍ଷଣ ଦାୟିତ୍ୱ 2017 ରୁ ବାର୍ଷିକ ପାଇଁ ଓଡିଶା ଏନର୍ଜି ଡିଷ୍ଟ୍ରିବୁସନ କମ୍ପାନୀ ନାମକ ଏକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଠିକା ନେଇଥିଲେ ମଧ୍ୟ ଠିକା କମ୍ପାନୀ କର୍ମଚାରୀ ଙ୍କ ନିର୍ଧାରିତ ଦରମା ,ପିଏଫ ଦେଉନଥିବା ଅଭିଯୋଗ ଆସିଛି ଏପରିକି କର୍ମଚାରୀ ଙ୍କ ଇଏସଆଇ ରେ ଠକେଇ ର ସାଙ୍ଘାତିକ ଅଭିଯୋଗ ଆସିଥିଲେ ମଧ୍ୟ ସେସୁ କର୍ତ୍ତୃପକ୍ଷ ହାତ ଗୋଡ ବାନ୍ଧି ଚୁପ ରହିଛନ୍ତି I ସେସୁ ର ଚୁକ୍ତି ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଠିକା କମ୍ପାନୀ ନିୟମ ଉଲଂଘନ କଲେ ଏହାର ଚୁକ୍ତି ନାକଚ କରାଯିବ କିନ୍ତୁ ଏହି ଠିକା ବାରମ୍ବାର ନିୟମ ଉଲଂଘନ କରିଥିଲେ ମଧ୍ୟ କୋୖନଃଶି କାର୍ଯ୍ୟାନୁଷ୍ଠାନ ନିଆନଯିବା ସେସୁ କର୍ତ୍ତୃପକ୍ଷ ଙ୍କ ପ୍ରତି ସାଧାରଣରେ ସନ୍ଦେହ ସୃଷ୍ଟି ହେଇଚି I 2017 ର ଚୁକ୍ତି ଅନୁଯାୟୀ ସମ୍ପୃକ୍ତ କମ୍ପାନୀ ର କାର୍ଯ୍ୟ ଶେଷ ହେବାପରେ ମଧ୍ୟ ଅହେତୁକ ପ୍ରୀତି ଦେଖାଇ ସେସୁ ବିନା ଟେଣ୍ଡର ରେ ଚୁକ୍ତି ମୀଆଦ ବୃଦ୍ଧି କରିଚାଲିଛି I ଏପଟେ ଠିକା କମ୍ପାନୀ ର ଶ୍ରମିକ ଶୋଷଣ ବଢି ବଢି ଚାଲିଛି I ବାଲୁଗାଁ ଡିଭିଜନ ର 10ଟି ସବ ଷ୍ଟେସନ ପାଇଁ ଟେଣ୍ଡର ଡ଼କାଯାଇଥିବା ବେଳେ ଇତିମଧ୍ୟରେ ଦୁଇଟି ନୂଆ ସବ ଷ୍ଟେସନ ଯଥା ଚାନ୍ଦପୁର ଖଣ୍ଡିସି,ନାଚୁଣୀ ର ଗଙ୍ଗାଧରପୁର କୁ ଏହି ଠିକା କମ୍ପାନୀ କୁ ବିନା ଟେଣ୍ଡର ରେ କାର୍ଯ୍ୟଭାର ହସ୍ତାନ୍ତର କରାଯାଇଛି I ଏହି ଠିକା କମ୍ପାନୀ ରେ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କୁ ମାସିକ କୌଣସି ଛୁଟି ଦିଆଯାଉନଥିବା ଅଭିଯୋଗ ଆସିଛି ,ଶ୍ରମ ନିୟମ ଅନୁଯାଇ ଜଣେ କର୍ମଚାରୀ 6ଦିନ କାର୍ଯ୍ୟ କଲେ Weekly Off ମିଳିଥାଏ କିନ୍ତୁ ଶ୍ରମ ଆଇନ କୁ ଫୁ କରି ଉଡାଇ ଦେଇଛି ଏହି ଠିକା କମ୍ପାନୀ ,ଯାହାର ପ୍ରମାଣ ଲାଗିଛି ଆମ ହାତରେ i

ଭଲକି ଦେଖନ୍ତୁ ଏହା ହେଉଛି ଏହି ଠିକା କମ୍ପାନୀ ର ଏକ ସେକ୍ସନ ପାଇଁ ଦାୟିତ୍ୱ ବଣ୍ଟନ ର ତାଲିକା ଯେଉଁଥିରେ କର୍ମଚାରୀ ମାନଙ୍କୁ ମାସ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଗୋଟେ ଦିନ ବି ଛୁଟି ଦିଆଯାଇନାହିଁ Iନିୟମିତ ପିଏଫ ଡିପୋଜିଟ ହେଉନାହିଁ ,ଅଭିଯୋଗ ହେଉଛି କି ଗୋଟେ ମାସରେ ଡିପୋଜିଟ ହେଲେ ପର ମାସ ଛାଡିକି ତା ପର ମାସରେ ଦାଖଲ ହେଉଛି

ନିଜର ନ୍ୟାୟ ପାଇଁ କର୍ମଚାରୀ ମାନେ ଠିକା କମ୍ପାନୀ ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ସୁବ୍ରତ କୁମାର ମହାରଣା ଙ୍କୁ ଯୋଗାଯୋଗ କଲେ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମୁଁ ଏପିଏଫ ଦେବିନି ତୁ ମୋର କଣ କରିବୁ ବୋଲି କର୍ମଚାରୀ ମାନଙ୍କୁ ନାଲି ଆଖି ଦେଖାଉଛନ୍ତି ଯାହାର ପ୍ରମାଣ ଆମ ହାତରେ ଲାଗିଥିବା ବେଳେ ଏକ ଦାୟିତ୍ୱବାନ ଖବର ପୋର୍ଟାଲ ପ୍ରସାରଣକାରୀ ଭାବେ ଆମେ ଏହାକୁ ସ୍ଥାନିତ କରିପାରୁନାଂହୁ (ଅଶ୍ଳୀଳ ଭାଷା ପ୍ରୟୋଗ ନିମନ୍ତେ ) I କେବଳ ଏତିକି ନୁହେଁ ଠିକା କର୍ମଚାରୀ ମାନଙ୍କୁ ଆନୁସଙ୍ଗିକ ସେଫଟି ମେଟେରିଆଲସ ଦିଆଯାଉନଥିବା ଅଭିଯୋଗ ଆସିଛି I ପୂର୍ବରୁ ମଧ୍ୟ ଏନେଇ ଆମ ତରଫରୁ ଖବର ପ୍ରସାରଣ କରାଯାଇଥିଲା ଏନେଇ ପୂର୍ବରୁ କମ୍ପାନୀ ଏମଡି ସୁବ୍ରତ କୁମାର ମହାରଣା ଙ୍କୁଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ନଦେଇ ସେ ଫୋନ କାଟିଦେଇଥିଲେ I ସୂଚନା ଥାଉ କି ଏହି ଠିକା କମ୍ପାନୀ ଟି ଚଳାଉଥିବା ଠିକାଦାର ସେସୁ ର ଜଣେ ଲାଇନମ୍ୟାନ ଙ୍କ ପୁଅ I ଏବେ ପ୍ରଶ୍ନ ଉଠୁଛି ଏତେ ସବୁ ଅଭିଯୋଗ ପରେ କାହିଁକି ତଦନ୍ତ ହେଉନି , ଏସବୁ ଘଟଣା ମଧ୍ୟରେ ଆଉ ଏକ ଖବର ସାମ୍ନା କୁ ଆସିଛି ,ପୁରୀ ଏବଂ ବାଲୁଗାଁ ପାଇଁ ଏହି ଠିକା କମ୍ପାନୀ ନେଇଥିବା ବେଳେ ନିଜ କାର୍ଯ୍ୟ ସୀମା ପରିସର ବାହାରକୁ ଅର୍ଥାତ ବାଲୁଗାଁ ରୁ ଖୋର୍ଦ୍ଧା କୁ ଗତ ଚାରି ମାସ ତଳେ 15ଜଣ କର୍ମଚାରୀ ଙ୍କୁ ଅସ୍ଥାୟୀ ଭାବେ ବଦଳି କରାଯାଇଥିଲା I ବର୍ତମାନ ସୁଦ୍ଧା ସେମାନଙ୍କୁ ବିନା କୌଣସି ଛୁଟି ରେ ନୂଆ ସ୍ଥାନ ରେ କାର୍ଯ୍ୟ କରାଯାଉଥିବା ଅଭିଯୋଗ ଆସିଛି

Iଘଟଣା ର ଗୁରୁତ୍ୱ କୁ ନେଇ ସେସୁ ର ବରିଷ୍ଠ କର୍ତ୍ତୃପକ୍ଷ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଶ୍ରମିକ ଶୋଷଣ କରୁଥିବା ଠିକା କମ୍ପାନୀ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି I ସୂଚନା ଥାଉ କି ଏହି କମ୍ପାନୀ ର ଠିକଣା ରେ ବିଜୟ କୁମାର ପାତ୍ର ଙ୍କ ମେଲ ଆଇଡି ସମାନ ରହିଛି ,ଯିଏ କି ନୀଳାଚଳ ଏନର୍ଜି ନାମକ ଠିକା କମ୍ପାନୀ (ଯାହାର ଠିକଣା ନକଲି ଦିଆଯାଇ ରେଜିଷ୍ଟ୍ରେସନ କରାଯାଇଛି ,ରେଜିଷ୍ଟ୍ରେସନ ନମ୍ବର 26672 ,ଅଫିସ ଠିକଣା ,ପ୍ଲଟ ନମ୍ବର 930 ,ନୟାପଲ୍ଲୀ ଥିବାବେଳେ ,ସେଠାରେ ନୀଳାଚଳ ର କୌଣସି ଅଫିସ ନାହିଁ ) ର ଫାଇନାନ୍ସ ଡ଼ାଇରେକ୍ଟର I

 

Leave a Reply

Your email address will not be published. Required fields are marked *