ସେସୁ ରେ ଠିକା କମ୍ପାନୀ OEDC ର ମନମାନୀ ,କର୍ତ୍ତୃପକ୍ଷ ଚୁପ ,ମାସ ମାସ ଧରି ଇପିଏଫ ବାନ୍ଧୁନି କମ୍ପାନୀ

ଆସନ୍ତା ଜୁନ 1 ତାରିଖ ରୁ ସେସୁ କୁ ଅଧିଗ୍ରହଣ କରିନେଉଛି ଟାଟା I ତେବେ ଏହାଭିତରେ ଶ୍ରମିକ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ବିଶେଷ କରି ସେସୁ ରେ ଠିକା ନେଇଥିବା ଠିକା କମ୍ପାନୀ ଓ଼ଇଡ଼ିସି ର ଘୋଟାଲା ପରେ ଶ୍ରମିକ ମାନେ ନିଜ ଭବିଷ୍ୟତ କୁ ନେଇ ଅନ୍ଧାର ରେ ଅଛନ୍ତି I ବର୍ତମାନ COVID-19 ମହାମାରୀ କରୋନା ସମୟରେ କେନ୍ଦ୍ର ସରକାର କର୍ମଚାରୀ ମାନଙ୍କର ଇପିଏଫ ଡିପୋଜିଟ କରିବାକୁ ଘୋଷଣା କରିଥିବା ବେଳେ ଏହି କମ୍ପାନୀ ପୁରୀ କର୍ମଚାରୀ ଙ୍କର ଅଗଷ୍ଟ 2019 ଏବଂ ବାଲୁଗାଁ କର୍ମଚାରୀ ଙ୍କର ନଭେମ୍ବର ମାସରୁ ଇପିଏଫ ଦାଖଲ କରିନାହିଁ ,ଏଭଳି ସ୍ଥଳରେ ସରକାର ଙ୍କ ଘୋଷଣା ର କୌଣସି ସୁଫଳତା ପାଇପାରିବେନି ଶ୍ରମିକମାନେ ବୋଲି ଅଭିଯୋଗ ହେଉଛି I

 

ଏନେଇ ପୂର୍ବରୁ ଖବର ପ୍ରସାରଣ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ସାଧାରଣ ରେ ସେସୁ ର ବଳିଷ୍ଠ କର୍ତ୍ତୃପକ୍ଷ ଙ୍କ ଉପରେ ସନ୍ଦେହ ସୃଷ୍ଟି ହେଉଛି I ସୂଚନା ଥାଉ କି ଓଡିଶା ଏନର୍ଜି ଡିଷ୍ଟ୍ରିବୁସନ କମ୍ପାନୀ ନାମକ ଏକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଯାହା କି ପୁରୀ ଏବଂ ବାଲୁଗାଁ ର ସବ ଷ୍ଟେସନ ରକ୍ଷଣାବେକ୍ଷଣ ଦାୟିତ୍ୱ ଜୁନ 2017 ରୁ ନେଇଛି ,ଏହି କମ୍ପାନୀ ରେ ଶ୍ରମିକ ମାନଙ୍କର ନିର୍ଧାରିତ ପ୍ରାପ୍ୟ ରୁ ଆତ୍ମସାତ ସହିତ ବାଲୁଗାଁ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଇଏସଆଇ ବାବଦ ଅର୍ଥ ହଡପ ହେଉଥିବା ନେଇ ଅଭିଯୋଗ ହେଇଥିଲା I

 

ଏନେଇ ଖୋଦ ସେସୁ ଚିଠି ନମ୍ବର 12747 ରେ ଲେଖିଥିଲେ ମଧ୍ୟ ଫୁ କରି ଉଡାଇ ଦେଇଥିଲା ସମ୍ପୃକ୍ତ ଠିକା କମ୍ପାନୀ I କେବଳ ଏତିକି ନୁହେଁ ଏନେଇ PFO ଅଫିସ ମଧ୍ୟ ଏନେଇ ଚିଠି ନମ୍ବର OR /BBS /PF /CC -I /1385430 ରେ ସେସୁ କୁ ଲେଖିଥିଲା କି ସମ୍ପୃକ୍ତ ଠିକା କମ୍ପାନୀ ଶ୍ରମିକ ଙ୍କ ଆକଚୁଆଲ ଦରମା ଭର୍ଷେସ ପିଏଫ ଦାଖଲ ରେ ଖିଲାପ କରିଛି I କିନ୍ତୁ ଏତେ ସବୁ କଳା କାରନାମା ପରେ ମଧ୍ୟ ସେସୁ ହାତ ଗୋଡ ବାନ୍ଧି ଚୁପ ରହିଥିଲା ବରଂ ଉପହାର ଭାବେ ପୁଣିଥରେ ସେହି ଠିକା କମ୍ପାନୀ ର ଚୁକ୍ତି ବୃଦ୍ଧି କରିଥିଲା I ଏନେଇ କମ୍ପାନୀ ପରିଚାଳନା ନିର୍ଦେଶକ ସୁବ୍ରତ କୁମାର ମହାରଣା ଙ୍କୁ ମଧ୍ୟ ଆମ ତରଫରୁ ପୂର୍ବରୁ ଯୋଗାଯୋଗ କରାଯାଇଥିଲା ନିଜ ପକ୍ଷ ରଖିବାକୁ କିନ୍ତୁ ସେ କୌଣସି ପ୍ରତିକ୍ରିୟା ରଖିନଥିଲେ I ପରେ କହିବି କହି ଟାଳିଦେଇଥିଲେ I

ସୂଚନା ଅନୁଯାୟୀ ଏହି କମ୍ପାନୀ ଟି ସେସୁ ରେ କାର୍ଯ୍ୟ କରୁଥିବା ଜଣେ ଲାଇନମ୍ୟାନ -A ଙ୍କ ପୁତ୍ର ଦ୍ୱାରା ପରିଚାଳିତ I ଏହି କମ୍ପାନୀ କେବଳ ପୁରୀ ଏବଂ ବାଲୁଗାଁ ପାଇଁ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ବାଲୁଗାଁ ରୁ 15ଜଣ କର୍ମଚାରୀ ଙ୍କୁ ଗତ ଫନି ରେ ଖୋର୍ଦ୍ଧା ପଠାଯାଇଥିଲା ,କିନ୍ତୁ ଏପର୍ଯ୍ୟନ୍ତ ସେମାନେ ସ୍ୱଳ୍ପ ଦରମା ରେ ସେଠାରେ ପଡି ରହିଛନ୍ତି I ଏପଟେ କର୍ମଚାରୀ ଅଭାବ ରେ ବାଲୁଗାଁ ଡିଭିଜନ ରେ ପ୍ରତି ସେକ୍ସନ ରେ ସ୍ୱଳ୍ପ କର୍ମଚାରୀ କାର୍ଯ୍ୟ କରୁଛନ୍ତି I ନ୍ୟାୟ ମାଗିଲେ ମିଳୁଛି ପନିସମେଣ୍ଟ କିନ୍ତୁ ସେସୁ କର୍ତ୍ତୃପକ୍ଷ ,ଶ୍ରମ ବିଭାଗ ସମ୍ପୂର୍ଣ୍ଣ ଚୁପ I ଏନେଇ କାର୍ଯ୍ୟନିର୍ବାହୀ ଙ୍କ ସହିତ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I ଏସବୁ ଭିତରେ କର୍ମଚାରୀ ମହଲ ରେ ତୀବ୍ର ଅସନ୍ତୋଷ ସହିତ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି I

Leave a Reply

Your email address will not be published. Required fields are marked *