ସେସୁ ପରେ ନେସ୍କୋ ୱେସ୍କୋ ସାଉଥକୋ ହେବ ଘରୋଇକରଣ,ଦୌଡ ରେ ଅଛନ୍ତି ଟାଟା ପାୱାର, ଆଦାନୀ ଗ୍ରୁପ୍, ଏବଂ CESC

ସେସୁ ର ଘରୋଇକରଣ ଉଦ୍ୟମ ରେ ଟାଟା ପାୱାର ପାଇଁ ଅଧିଗ୍ରହଣ କରିନେଇଥିବା ବେଳେ ଏବେ ନେସ୍କୋ ୱେସ୍କୋ ସାଉଥକୋ ର ମଧ୍ୟ ଘରୋଇକରଣ ହେବାକୁ ଯାଉଛି ଇପୂର୍ବରୁ`I ପୂର୍ବରୁ ଟେଣ୍ଡର ପାଇଁ ଆବେଦନ ହେଇସାରିଥିବା ବେଳେ କିଛିଦିନ ତଳେ ଟାଟା ସିଇଓ ଓଡିଶା ଡ଼ିସକମ ଉପରେ ନଜର ପକାଇଥିଲେ ଏବଂ ଆଗାମୀ ଦିନରେ ଟାଟା ଅଧିଗ୍ରହଣ କରିବ ବୋଲି ସବୁଜ ସଂକେତ ଦେଇଥିଲେ କିନ୍ତୁ ଏବେ ମୈଦାନ କୁ ଓଲ୍ହାଇଛନ୍ତି ଆହୁରି ଦୁଇ ଦୁଇଟି କମ୍ପାନୀ I

ୱେସ୍କୋ ଗ୍ରାହକମାନଙ୍କୁ ରାଉରକେଲା, ବୁର୍ଲା, ବରଗଡ, ବଲାଙ୍ଗୀର ଏବଂ ଭବାନୀପାଟଣାର ବିତରଣ ସର୍କଲ ମଧ୍ୟରେ ବିଦ୍ୟୁତ ଯୋଗାଉଥିବାବେଳେ SOUTCO ବ୍ରହ୍ମପୁର , ଆସ୍କା, ଭଞ୍ଜନଗର, ଜୟପୁର ଏବଂ ରାୟାଗଡା ପରିସରରେ ଗ୍ରାହକଙ୍କୁ ଯୋଗାଇଥାଏ | ନେସ୍କୋ ବାଲେସୋର, ମୟୂରଭଞ୍ଜ, କେଉଁଝର ,ଯାଜପୁର ,ଏବଂ ଭଦ୍ରକ ଜିଲ୍ଲା ରେ ବିଦ୍ୟୁତ ଯୋଗାଇ ଆସୁଛି ଏହି ତିନୋଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ (OERC) ଦ୍ୱାରା ପରିଚାଳିତ ତେବେ ଏହି 3ଟି ବଣ୍ଟନକାରୀ ସଂସ୍ଥା ବା ଡ଼ିସକମ ଉପରେ କବ୍ଜା କରିବାକୁ CESC, ଟାଟା ଏନର୍ଜି ଏବଂ ଆଦାନୀ ଦୌଡ ରେ ଅଛନ୍ତି I ଖୁବ ଶୀଘ୍ର ଏନେଇ ଅଧିକ ବିବରଣୀ ମିଳିପାରିବ I ବ୍ୟୁରୋ ରିପୋର୍ଟ Odishaexclusive

Leave a Reply

Your email address will not be published. Required fields are marked *