ସବୁ ପିତା ମାତା ଚାହାଁନ୍ତି ତାଙ୍କ ପିଲା ମାନେ ପାଠ ପଢି ଗୋଟେ ଭଲ ମଣିଷ ହୁଅନ୍ତୁ।ଯାହା ଦ୍ବାରା କି ସେ ଜୀବନରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ।କିନ୍ତୁ ବହୁତ୍ ପିଲା ତାଙ୍କ ପିତାମାତାଙ୍କ ଏହି ସ୍ବପ୍ନକୁ ପୂରଣ କରି ପାରନ୍ତି ନାହିଁ।
ଏପରି ସମୟରେ ତାଙ୍କର ପିତା ମାତା ବହୁତ୍ ଚିନ୍ତାରେ ପଡ଼ି ଯାନ୍ତି।ଆଜି ଆମେ ଏକ ସତ୍ୟ ବିଷୟରେ ଜାଣିବା ଯାହା ଆପଣଙ୍କ ଭାଗ୍ୟ ବଦଳେଇ ଦେଇ ପାରେ।
ମୁମ୍ବାଇରେ ଏକ ପିଲା ରହିଥିଲା ଯାହାର ପାଠ ପଢା ପାଇଁ ଜମା ବି ଆଗ୍ରହ ନ ଥାଏ।
ଏପରି କି ସେ ଅଷ୍ଟମ ଶ୍ରେଣୀରେ ଫେଲ ହୋଇ ଯାଇଥିଲା।କିନ୍ତୁ ଆଜି ସେ ଜଣେ କରୋଡ ପତି ହୋଇପାରିଛି।ଏବଂ ତାଙ୍କର ପିତା ମାତା ତାଙ୍କ ଉପରେ ବହୁତ୍ ଗର୍ବ କରନ୍ତି।ମାତ୍ର ୨୩ ବର୍ଷ ବୟସରେ ସେ ନିଜର ଏକ ଭିନ୍ନ ପରିଚୟ ଗଢି ସାରିଛନ୍ତି।ସେ ହେଉଛନ୍ତି କ୍ରିସ୍ମିତ୍ ଆରୋରା।ସ୍କୁଲ ସମୟରେ ତାଙ୍କର ପାଠ ପଢା ପ୍ରତି ଜମା ବି ଆଗ୍ରହ ନ ଥିଲା।ସେଥିପାଇଁ ତାଙ୍କର ପିତା ମାତା ସବୁବେଳେ ଚିନ୍ତାରେ ରହୁଥିଲେ।କିନ୍ତୁ ତାଙ୍କର କିଛି ନୂଆ କରିବାର ଇଛା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି।
ସେ ସାଇବର ଏକ୍ସପର୍ତ୍ ହୋଇ ସାରିଛନ୍ତି।
ଏବଂ କରୋଡ୍ କରୋଡ଼ ଟଙ୍କା କମାଉଛନ୍ତି।ମିଡ଼ିଆ ରିପୋର୍ଟ ଅନୁସାରେ ସେ ଛୋଟ ବେଳୁ ହିଁ କମ୍ପ୍ୟୁଟର ପ୍ରତି ଆଗ୍ରହୀ ଥିଲେ।ଓ ସେ ଭାବିଥିଲେ ସେ କମ୍ପ୍ୟୁଟରରେ ହିଁ କ୍ୟାରିଆର୍ ଗଢିବେ।କିନ୍ତୁ ତାଙ୍କ ପିତା ମାତା ଅନ୍ୟ ମାନଙ୍କ ପରି ଚାହୁଁଥିଲେ କି ସେ ପାଠ ପଢି କୌଣସି ଚାକିରି କରନ୍ତୁ।
କିନ୍ତୁ ସେ ନିଜର ଇଚ୍ଛା ଉପରେ ଫୋକସ୍ କରିଥିଲେ।ଏବଂ ଆଜି ସେ ନିଜ ଚେଷ୍ଟାରେ ଏକ କମ୍ପାନୀ ଗଢି ପାରିଛନ୍ତି।ଅଷ୍ଟମ ଫେଲ ହୋଇଥିବା ପିଲା ଆଜି ଯଦି ନିଜ ଚେଷ୍ଟାରେ କରୋଡ଼ ପତି ବନି ପାରୁଛି ତେବେ ଆପଣମାନେ କାହିଁକି ନୁହେଁ।ସବୁ ପିତା ମାତାଙ୍କୁ ଆଜି କହିବାକୁ ଯାଉଛି କି ଆପଣ ନିଜର ପିଲାଙ୍କୁ ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତୁ ନାହିଁ।ସମସ୍ତଙ୍କର ଭିନ୍ନ ଭିନ୍ନ ଟ୍ୟାଲେଣ୍ଟ ରହିଛି।ଆପଣ କେବଳ ତାଙ୍କୁ support କରନ୍ତୁ।