ପୁରୁଣା କ୍ୟାଲେଣ୍ଡର କୁ କଦାପି ଘରେ ଟାଙ୍ଗନ୍ତୁ ନାହିଁ ଏହା ବାସ୍ତୁ ଶାସ୍ତ୍ର ଅନୁଯାଇ ଖରାପ ଅଟେ ଏହାଦ୍ୱାରା ପ୍ରଗତି ରେ ବାଧା ଉପୁଜିଥାଏ I ନୂଆ କ୍ୟାଲେଣ୍ଡର କୁ ଘର ର ପୂର୍ବ ,ପଶ୍ଚିମ ,ଉତ୍ତର ଦିଗରେ ଟାଙ୍ଗି ପାରିବେ କିନ୍ତୁ ଭୁଲ ରେ ବି ଦକ୍ଷିଣ ଦିଗରେ ଟାଙ୍ଗନ୍ତୁ ନାହିଁ I ବିଶ୍ୱାସ ରହିଛି କି ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତି ର ଆଧାର I ଯେଉଁ ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ ରହିଥାନ୍ତି ,ସମାଜରେ ତାଙ୍କ ମାନ ମର୍ଯ୍ୟାଦା ବଢିଥାଏ I ସଫଳତା ର ଶୀର୍ଷ ସ୍ଥାନ ଅଧିକାର କରିଥାନ୍ତି I ତେଣୁ ପୂର୍ବ ଦିଗରେ ହିଁ କ୍ୟାଲେଣ୍ଡର ଟାଙ୍ଗିବା ଅତ୍ୟନ୍ତ ଶୁଭ ଅଟେ I
ଉତ୍ତରଦିଗରେ କ୍ୟାଲେଣ୍ଡର ଟାଙ୍ଗିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହେଇଥାଏ କିନ୍ତୁ ମନେ ରଖିବେ କ୍ୟାଲେଣ୍ଡର ରେ ନୀଳ ରଙ୍ଗ ରହିଥିବା ଆବଶ୍ୟକ ,ଏହାଦ୍ୱାରା ସକାରାତ୍ମକ ପ୍ରଭାବ ପଡିଥାଏ I ପଶ୍ଚିମ ଦିଗରେ କ୍ୟାଲେଣ୍ଡର ଟାଙ୍ଗିବା ଦ୍ୱାରା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ ହେଇଥାଏ ଏବଂ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଥାଏ I ତେବେ ସବୁଠୁ ବଡ କଥା ହେଉଛି କ୍ୟାଲେଣ୍ଡର ଟାଙ୍ଗିବା ବେଳେ ଧ୍ୟାନ ଦେବେ ଯେପରି ସେଥିରେ କୌଣସି ହିଂସାତ୍ମକ ପଶୁ ପକ୍ଷୀ ଫଟ, ବୁଡ଼ିଯାଉଥିବା ଡଙ୍ଗା ରହିନଥାଏ I
ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ହେଇଥାଏ I