ନିକଟରେ ସେସୁ ର ଘରୋଇକରଣ କୁ ବିରୋଧ କରୁଥିବା ଶ୍ରମିକ ନେତା ରମେଶ ଶତପଥୀ କିଭଳି ସେସୁ ରେ ନିଜେ ଦୁଇ ଦୁଇଟି ଘରୋଇ କମ୍ପାନୀ ଚଳାଇଛନ୍ତି ତାହାର ପର୍ଦାଫାଶ ହେଇଥିବା ବେଳେ ନୀଳାଚଳ ଏନର୍ଜି ନାମରେ ମିଥ୍ୟା ଠିକଣା ଦେଇ କମ୍ପାନୀ ଚାଲୁଥିବା ସାମ୍ନା କୁ ଆସିଥିଲା I ତେବେ ଏହାପରେ ପୁଣି ସାମ୍ନା କୁ ଆସିଛି ସେସୁ ରେ ଆଉ ଏକ ଘୋଟାଲା I ଓଡିଶା ଏନର୍ଜି ଡିଷ୍ଟ୍ରିବୁସନ କମ୍ପାନୀ ନାମକ ଏକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ପୁରୀ ଏବଂ ବାଲୁଗାଁ ର ସବ ଷ୍ଟେସନ ରକ୍ଷଣାବେକ୍ଷଣ ଦାୟିତ୍ୱ ଜୁନ 2017 ରୁ ନେଇଥିବା ବେଳେ ଶ୍ରମିକ ମାନଙ୍କର ନିର୍ଧାରିତ ପ୍ରାପ୍ୟ ରୁ ଆତ୍ମସାତ ସହିତ ବାଲୁଗାଁ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଇଏସଆଇ ବାବଦ ଅର୍ଥ ଦାଖଲ କରାଯାଉନାହିଁ ,ଏକଥା ଖୋଦ ସେସୁ ଚିଠି ନମ୍ବର 12747 ରେ ଲେଖିଛି କି ସେସୁ ଇଏସଆଇ ବାବଦ ଅର୍ଥ ସମ୍ପୃକ୍ତ ଠିକା କମ୍ପାନୀ କୁ ପୈଠ କରିଥିବା ବେଳେ କମ୍ପାନୀ ଦେଇନି I
ତେବେ ସ୍ୱେଶୁ ଦେଇଥିବା ଶ୍ରମିକ ମାନଙ୍କର ଇଏସଆଇ ଅର୍ଥ ଗଲା କୁଆଡେ ? କେବଳ ଏତିକି ନୁହେଁ , PFO ଅଫିସ ତରଫରୁ ଚିଠି ନମ୍ବର OR /BBS /PF /CC -I /1385430 ରେ ସେସୁ କୁ ଜଣାଇଦିଆଯାଇଛି କି ସମ୍ପୃକ୍ତ ଠିକା କମ୍ପାନୀ ଶ୍ରମିକ ଙ୍କ ଆକଚୁଆଲ ଦରମା ଭର୍ଷେସ ପିଏଫ ଦାଖଲ ରେ ଖିଲାପ କରିଛି I
ଜୁନ 2017 ରୁ ରୁ ବାର୍ଷିକ ପାଇଁ ଠିକା ନେଇଥିବା ସମ୍ପୃକ୍ତ କମ୍ପାନୀ ର ଏତେସବୁ ବିଫଳତା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଇ ଚୁକ୍ତି ମୀଆଦ ବୃଦ୍ଧି ଚାଲିଛି I
ଶ୍ରମିକ ଙ୍କ ଅଭିଯୋଗ ଅନୁଯାଇ ପାଖାପାଖି 17 ଜୁଲାଇ 2018 ରୁ ନଭେମ୍ବର 2019 ପର୍ଯ୍ୟନ୍ତ ଏକ କୋଟି ରୁ ଉର୍ଧ ଠକେଇ ହେଇଛି I ଏନେଇ ଖବର ମିଳିବା ପରେ କମ୍ପାନୀ ଦ୍ୱାରା ଦିଆଯାଇଥିବା ଠିକଣା PLOT NO-19, ROAD NO-2 MAHAVIR NAGAR BHUBANESWAR ରେ ଆମ ଟିମ୍ ପକ୍ଷରୁ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ ମଧ୍ୟ ସେଠାରେ କୌଣସି କାର୍ଯ୍ୟାଳୟ ନଥିଲା ,କୌଣସି ଅଫିସ କର୍ମଚାରୀ ମଧ୍ୟ ନଜର କୁ ଆସିନଥିଲେ କିମ୍ବା କମ୍ପାନୀ ର ବ୍ୟାନର /ପୋଷ୍ଟର ଦୃଷ୍ଟି କୁ ଆସିନଥିଲା I ଫଳରେ କମ୍ପାନୀ ପରିଚାଳନା ନିର୍ଦେଶକ ସୁବ୍ରତ କୁମାର ମହାରଣା ଙ୍କୁ ଯୋଗାଯୋଗ କରି ଓଡିଶା Exclusive ତରଫରୁ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ ଘଟଣାର ସତ୍ୟତା ବିଷୟରେ ,
ତେବେ ପରିଚାଳକ ନିର୍ଦେଶକ ମହୋଦୟ କୌଣସି ପ୍ରତିକ୍ରିୟା ନଦେଇ ବାହାରେ ଅଛି କହି ଫୋନ କାଟିଦେଇଥିଲେ ,କିଛି ସମୟ ପରେ ସେପଟୁ ମିସ କଲ କରିଥିଲେ ,ପୁନର୍ବାର ତାଙ୍କୁ ଯୋଗାଯୋଗ କରିବାକୁ ଚାହିଁଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ,ବୋଧହୁଏ ଏ ଘୋଟାଲା ପଦାକୁ ଆସିବା ପରେ ପରିଚାଳନା ନିର୍ଦେଶକ ଙ୍କ ପାଖରେ କୌଣସି ଉତ୍ତର ନାହିଁ I ତେବେ ବିଶ୍ୱସ୍ତ ଖବର ରୁ ଜଣାପଡିଛି କି ଏହି ଠିକା କମ୍ପାନୀ ର ପରିଚାଳକ ମହୋଦୟ ସେସୁ ରେ କାର୍ଯ୍ୟ କରୁଥିବା ଜଣେ ଲାଇନମ୍ୟାନ -A ଙ୍କ ପୁତ୍ର ଅଟନ୍ତି I ଭୁବନେଶ୍ୱର ଇଲେକ୍ଟ୍ରିକାଲ ଡିଭିଜନ ର ଓଲଡ ଟାଉନ -2 ରେ ତାଙ୍କ ବାପା କାର୍ଯ୍ୟ କରୁଥିବା ବେଳେ ପୁଅ ସେସୁ ରେ ଠିକା କମ୍ପାନୀ ଚଳାଇ ଶ୍ରମିକ ଙ୍କ ଅର୍ଥ ହଡପ କରିଥିବା ସାଙ୍ଘାତିକ ଅଭିଯୋଗ ଆସିଛି I ସବୁଠୁ ଚକିତ କର ଘଟଣା ହେଉଛି ଏହି ଠିକା କମ୍ପାନୀ ରେ ଯେଉଁ ଠିକଣା ଦିଆଯାଇଛି ସେଥିରେ ଥିବା ମେଲ ଆଇଡି ଟି ନୀଳାଚଳ ଏନର୍ଜି ରେ ମଧ୍ୟ ରହିଛି I ଏହି ମେଲ ଆଇଡି ଟି ନୀଳାଚଳ ଏନର୍ଜି ର ଫାଇନାନ୍ସ ଡ଼ାଇରେକ୍ଟର ଙ୍କର I
ଏବେ ସନ୍ଦେହ ଘେର ରେ ନୀଳାଚଳ ଏନର୍ଜି ର ଫାଇନାନ୍ସ ଡ଼ାଇରେକ୍ଟର I ଏହି ଠିକା କମ୍ପାନୀ ସହିତ ତାଙ୍କର ସମ୍ପର୍କ କଣ ? ତାଙ୍କ ମେଲ ଆଇଡି କାହିଁକି ରହିଲା ଏହି କମ୍ପାନୀ ରେ ?
ଏସବୁ ଏବେ ଗୁରୁତର ପ୍ରଶ୍ନ ,ଘଟଣାର ତଦନ୍ତ କରାଗଲେ ବାସ୍ତବ ସତ୍ୟ ସହିତ ଆହୁରି ବଡ କେଳେଙ୍କାରୀ ର ପର୍ଦାଫାଶ ହେଇପାରିବ ବୋଲି ସାଧାରଣ ଶ୍ରମିକ ରେ ଦାବି ହେଉଛି I