​ବିଜେଡ଼ି ପାର୍ଟି ଅଫିସ ରେ ଗଣ ଦୁଷ୍କର୍ମ: ଥାନା ଆମର,ପୋଲିସ ଆମର,ପ୍ରଶାସନ ଆମର,ମୁଖ୍ୟମନ୍ତ୍ରୀ ଆମର

ବିଜେଡ଼ି ପାର୍ଟି ଅଫିସ ରେ ଗଣ ଦୁଷ୍କର୍ମ: ଥାନା ଆମର,ପୋଲିସ ଆମର,ପ୍ରଶାସନ ଆମର,ମୁଖ୍ୟମନ୍ତ୍ରୀ ଆମର
ଆଜ୍ଞା ହଁ ଏହି ଧମକ ମିଳିଛି ଜଣେ ଅସହାୟ ମା ଙ୍କୁ,ଥାନା ଆମର,ପୋଲିସ ଆମର,ପ୍ରଶାସନ ଆମର,ମୁଖ୍ୟମନ୍ତ୍ରୀ ଆମର , ଆମେ ଯାହା କଲେ ଆମର କେହି କିଛି କରିପାରିବେନି। ଏପରି ଧମକ ଦେଇ ଜଣେ ମହିଳାଙ୍କୁ ବିଜେଡ଼ି ପାର୍ଟି ଅଫିସ ରେ ହେଇଛି ଗଣ ଦୁଷ୍କର୍ମ।

ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳ ରେ।

ସ୍ଥାନୀୟ ଅଞ୍ଚଳ ର ବିଧାୟକ ଙ୍କ ଘନିଷ୍ଟ ସହଯୋଗୀ ଘଟାଇଛନ୍ତି ଏହିଭଳି କାଣ୍ଡ। ଯାହାକୁ ନେଇ ସ୍ଥାନୀୟ ଥାନା ରେ ଅଭିଯୋଗ ଦାଖଲ କରିଛନ୍ତି ମହିଳା।

ମା କୁ ସମ୍ମାନ ଦେବା ନା ରେ ଗଠନ ହୋଇଥିଲା ବିଜୁ ଜନତା ଦଳ। ହେଲେ ଆଜି ବିଜୁ ପକ୍କା ଘର ଓ ୨ ଲକ୍ଷ ଟଙ୍କା ର ଲୋଭ ଦେଖାଇ ଅତ୍ୟାଚାର କରାଯାଉଛି।

ଏପରି ଘଟଣା ଶାସକ ଦଳ ର ଅସଲ ମୁଖା କୁ ପଦା ରେ ପକାଇଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ଯାଜପୁର ଜିଲା ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ଗତ ୧୧ ତାରିଖରେ ସ୍ବାମୀ ପରିତ୍ୟକ୍ତା ଜନୈକ ମହିଳାଙ୍କୁ ବଳାତ୍କାର ହୋଇଥିବା ସୋମବାର ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି। ନିଜେ ପୀଡିତା ଏହି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ଭାଇ ଚନ୍ଦ୍ରକାନ୍ତ ମହାପାତ୍ର ତାଙ୍କୁ ଜୋରଜବରଦସ୍ତ ପଳାତ୍କାର କରିଛନ୍ତି। ଅଭିଯୁକ୍ତ ଫେରାର ଅଛନ୍ତି। ଏ ନେଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *