ପୁରୀ ରେଳ ଷ୍ଟେସନରେ ବିସ୍ପୋରଣ, ୨ ଆହତ

ପୁରୀ :ପୁରୀ ରେଳ ଷ୍ଟେସନରେ ବିସ୍ପୋରଣ ହୋଇଛି । ଅପରାହ୍ଣ  ୪.୧୦ ସମୟରେ ୨ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା  ପୁରୀ-ତିରୁପତି ଏକ୍ସପ୍ରେସର ଏକ ଆର୍ମି କୋଚରେ ଥିବା ପାଣ୍ଟ୍ରିକାରରେ ପ୍ରଚଣ୍ଡ ଶଦ୍ଦ କରି ବିସ୍ପୋରଣ ହୋଇଥିଲା ।ଏହାର ପେଣ୍ଟ୍ରିକାରରେ ଥିବା ଏକ ୫ କେଜିଆ ଗ୍ୟାସ୍‌ ସିଲିଣ୍ଡର ହଠାତ୍‌ ବିସ୍ଫୋରଣ ହେବାରୁ ଉକ୍ତ ବଗିରେ ନିଆଁ ବ୍ୟାପି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପ୍ରଚଣ୍ଡ ଶବ୍ଦ ଯୋଗୁ ଷ୍ଟେଶନରେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ I

ପରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ବିସ୍ପୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଗ୍ୟାସ ସିଲିଣ୍ଡରଟି ସମ୍ପୂର୍ଣ୍ଣ ଭାବେ ଦୁଇଫାଳ ହୋଇଯାଇଛି । ଏଥିରେ ୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ  ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *