ପଦ୍ମାବତୀ ପ୍ରତିଶୋଧ :- କର୍ନିସେନାର ସଞ୍ଜୟ ଭନସାଲି ଙ୍କ ମା କୁ ନେଇ ଫିଲ୍ମ :-‘ଲୀଲା କି ଲୀଲା

କର୍ନିସେନାର ବିରୋଧ ପରେ ମଧ୍ୟ ସାରା ଦେଶରେ ରିଲିଜ୍‌ ହେଲା ସଞ୍ଜୟ ଲୀଲା ଭଂସାଲୀଙ୍କ ବିବାଦୀୟ ଫିଲ୍ମ ‘ପଦ୍ମାବତ୍‌’।   ଫିଲ୍ମକୁ ରିଲିଜ୍‌ ନ କରିବା ପାଇଁ କର୍ନିସେନା ଅନେକ ପଥ ଆପଣେଇବା ସତ୍ତ୍ୱେ ମଧ୍ୟ ସିନେମା ହଲ୍‌ରେ ରାଜ୍‌ କଲା ‘ପଦ୍ମାବତ୍‌’। ତେବେ ବହୁ ବିରୋଧ ଯୋଗୁ ପଦ୍ମାବତୀ ରୁ ପଦ୍ମାବତ ନାମ ପରିବର୍ତନ ସତ୍ୱେ ସବୁ ଦର୍ଶକ ପଦ୍ମାବତୀ କୁ ପ୍ରଶଂସା କରିଛନ୍ତି I ଏବଂ ଏହା ଏକ ସଞ୍ଜୟ ଭନସାଲି ଙ୍କ  ଶ୍ରେଷ୍ଠ  ଚଳଚିତ୍ର ବୋଲି କହିଛନ୍ତି I  ଅନେକ ରାଜପୁତ ମଧ୍ୟ ଏହାକୁ ପ୍ରଶଂସା କରି କହିଛନ୍ତି ଯେ ରାଣୀ ପଦ୍ମାବତୀ ଙ୍କ ପାଇଁ ଏହା ଶ୍ରେଷ୍ଠ ପୁରସ୍କାର ଏହାକୁ ବିରୋଧ କରିବା ନିନ୍ଦା I 

ଏବେ ରାଗ ସୁଝେଇବାକୁ ଯାଇ କର୍ନିସେନା ଭଂସାଲୀଙ୍କ ମା’ଙ୍କ ଉପରେ ଫିଲ୍ମ ନିର୍ମାଣ କରିବାକୁ କହିଛି। ଏହି ଫିଲ୍ମର ଟାଇଟଲ୍‌ ‘ଲୀଲା କି ଲୀଲା’ ରଖାଯିବ ବୋଲି ଚିତ୍ତୋରଗଡ଼ରେ ଶ୍ରୀ ରାଜପୁତ କର୍ନିସେନାର ଅଧ୍ୟକ୍ଷ ଗୋବିନ୍ଦ ସିଂ ଏକ ଖବରଦାତା ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅରବିନ୍ଦ ବ୍ୟାସ।

Leave a Reply

Your email address will not be published. Required fields are marked *