ଲଡ଼ୁବାବା ମନ୍ଦିରରୁ ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଲୁଟିନେଲେ ଲୁଟେରା

ଶେଷରେ ଠାକୁର ଙ୍କୁ ବି ଛାଡିଲେନି ଲୁଟେରା ମାନେ I ନୟାଗଡ଼ ଅନ୍ତର୍ଗତ  ଶରଣକୁଳସ୍ଥିତ ପ୍ରସିଦ୍ଧ ଲଡ଼ୁବାବା ମନ୍ଦିର ପରିସରରେ ଥିବା ହୁଣ୍ଡି କୁ  ଭାଙ୍ଗି ଦୁର୍ବୁତ୍ତ ମାନେ ଲକ୍ଷାଧିକ ଟଙ୍କା ଚୋରି କରିନେଇଛନ୍ତି I  ଏନେଇ ସେବାୟତମାନେ ପୋଲିସ  ରେ ଅଭିଯୋଗ କଲାପରେ ଘଟଣାସ୍ଥଳରେ  ପୋଲିସ ପହଂଚି ତଦନ୍ତ ଚଳାଇଛି । ସେଥିରେ ଗୋଟିଏ ଟଙ୍କା ବି ନଥିବା ଦେଖାଯାଇଥିଲା । ତେବେ ଅଭିଯୁକ୍ତ ମାନଙ୍କୁ ଯଥା ଶୀଘ୍ର ଗିରଫ ପାଇଁ ପୂଜକ ସମାଜ ଦାବି କରିଛନ୍ତି I

Leave a Reply

Your email address will not be published. Required fields are marked *