ହାତ ଟେକିଦେଲା ସେସୁ : ଫ୍ରାଞ୍ଚାଇଜ ର କାର୍ଯ୍ୟକାଳ ବୃଦ୍ଧି

ସେସୁ ଅଧିନସ୍ଥ ୧୪ଟି ବିଦ୍ୟୁତ   ଡିଭିଜନ  ରେ କାର୍ଯ୍ୟରତ  ଫ୍ରଞ୍ଚାଇଜ ଯଥା ଫେଡ଼କୋ, ଶ୍ୟାମ ପାୱାର (SUPL  RUPL ), ଏବଂ ଏନଜେନ କମ୍ପାନୀ ର କାର୍ଯ୍ୟକାଳ କୁ ଆଗାମୀ 30 ଜୁନ 2018 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି I   ଏନେଇ ଆଜି ସେସୁ ଅଧିକାରୀ ଚିଠି  ଦ୍ୱାରା ସମସ୍ତ ଫ୍ରାଞ୍ଚାଇଜ ମୁଖ୍ୟ ଙ୍କୁ ଜଣାଇଦେଇଛନ୍ତି I  । 

 

ପୂର୍ବରୁ ମଧ୍ୟ ଅହେତୁକ ଅନୁକମ୍ପା ଦେଖାଇ କିଛିମାସ ତଳେ ବିନା ଟେଣ୍ଡରରେ ଢେଙ୍କାନାଳ ଓ ପାରାଦୀପ ସର୍କଲରେ କାର୍ଯ୍ୟରତ ଏନ୍‌ଜେନ୍‌ ନାମକ ଫ୍ରାଞ୍ଚାଇଜ୍‌ କମ୍ପାନୀର କାର୍ଯ୍ୟକାଳ କୁ  ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା।  ସୂଚନାଥାଉ ଆର୍ଥିକ କ୍ଷତି ଦର୍ଶାଇ ସେସୁ ୨୦୧୨ ରେ ୩ଟି କମ୍ପାନୀ ଏନ୍‌ଜେନ୍‌, ଆରୟୁପିଏଲ ଆଣ୍ଡ ଏସ୍‌ୟୁପିଏଲ ଏବଂ ଫେଡ୍‌କୋକୁ ୫ ବର୍ଷ ପାଇଁ ସେସୁର ୧୪ଟି ଡିଷ୍ଟ୍ରିବ୍ୟୁଶନ ଡିଭିଜନର କାର୍ଯ୍ୟ ତୁଲାଇବାକୁ ଅନୁମତି ଦେଇଥିଲା। ଉଦ୍ଦେଶ୍ୟ ଥିଲା ସେସୁରେ ଭିତ୍ତିଭୂମିର ବିକାଶ ପାଇଁ ଅର୍ଥ ନିବେଶ କରିବା, ଗ୍ରାହକମାନଙ୍କୁ ଶସ୍ତା ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇବା ଏବଂ ସେସୁର କ୍ଷତି କମାଇବା। କିନ୍ତୁ  ୫ ବର୍ଷ ମଧ୍ୟରେ   କିଛି ଫ୍ରାଞ୍ଚାଇଜ୍‌ କମ୍ପାନୀ  ବହୁ କ୍ଷତି କରିଥିଲେ ମଧ୍ୟ ଏପରିକି ଅର୍ଥ ହେରଫେର ରେ ସାମିଲ ଥିଲେ ମଧ୍ୟ ସେସୁ କର୍ତ୍ତୃପକ୍ଷ ହାତ ଗୋଡ ବାନ୍ଧି ବସିଯାଇଛନ୍ତି I କାହିଁକିନା ନିଜେ ସେସୁ ବି ନିଲାମ ପ୍ରକ୍ରିୟାରେ ସାମିଲ ହେଇଯାଇଛି ଏବଂ ଏହାକୁ ଟାଟା , ଅଦାନୀ , ତୋରେଣ୍ଟ , ଫେଡ଼କୋ , ଇଣ୍ଡିଆ ପାୱାର ପରି କମ୍ପାନୀ କିଣିବାକୁ ପ୍ରାଥମିକ ପ୍ରକ୍ରିୟା ରେ ଭାଗ ନେଇଛନ୍ତି I  ଆଗାମୀ ମାର୍ଚ୍ଚ ରେ ସେସୁ ର ନିଲାମୀ କରଣ ପ୍ରକ୍ରିୟା ର ସବିଶେଷ ତଥ୍ୟ  ଜଣାପଡିବ ସେପଟେ ଡ଼ିସକମ ତରଫରୁ ମଧ୍ୟ ନେସ୍କୋ ୱେସ୍କୋ , ସାଉଥ କୋ ର ଘରୋଇ କରଣ ପ୍ରକ୍ରିୟା ଉଦ୍ୟମ ଜାରି ରହିଛି ଏହିପରି ଛକା ପଞ୍ଝା ସମୟରେ  ସେସୁ ବାଧ୍ୟ ହେଇ  ଆଗକୁ  ବିଦ୍ୟୁତ ବିଭାଗ ର ଆର୍ଥିକ ମାସ ଯଥା ମାର୍ଚ୍ଚ ଆସୁଥିବାରୁ ବିନା କୌଣସି ଟେଣ୍ଡର ରେ ଏହି ସମସ୍ତ ଫ୍ରାଞ୍ଚାଇଜ ର କାର୍ଯ୍ୟକାଳ ବୃଦ୍ଧି  କରିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *