କଟକ: ଚୌଧୁରୀ ବଜାରରୁ ରକ୍ତାକ୍ତ ଶବ ଉଦ୍ଧାର

ରବିବାର ସକାଳେ ସ୍ଥାନୀୟ ଚୌଧୁରୀ ବଜାରସ୍ଥିତ ମାରୁତି ମଣ୍ଡପରୁ ଏକ ରକ୍ତାକ୍ତ ଶବ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ମୁଣ୍ଡରେ ସାଙ୍ଘାତିକ ଆଘତ ଲାଗିଥିବା କାରଣରୁ ଖୁବ୍‌ ରକ୍ତସ୍ରାବ ହୋଇଥିବା ଦେଖାଯାଇଛି।

ଶବ ପଡ଼ିଥିବା ସ୍ଥାନରେ ଗୋଟିଏ ମଦ ବୋତଲ ଏବଂ ଖଣ୍ଡେ ପଥର ମଧ୍ୟ ପଡ଼ିଛି। ସେ ଅଞ୍ଚଳର ଲୋକଙ୍କୁ ପଚରା ଉଚୁରା କରିବା ପରେ ପୁରୀଘାଟ ପୁଲିସ କହିଛି କି, ମୃତବ୍ୟକ୍ତି ଥିଲେ ସେଠାକାର ପବନ ବୋଥୁଆ।

ଶବ କ୍ଷତବିକ୍ଷତ ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ଏହାର ତଦନ୍ତ କରାଯାଉ ବୋଲି ପବନଙ୍କର ଜଣେ ସମ୍ପର୍କୀୟ ପୁଲିସ ନିକଟରେ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *