ରାଗରେ ମା ପାଲଟିଗଲା ଡାହାଣୀ , ୭ ମାସର ଶିଶୁ ଦେହରେ ଲଗାଇ ଦେଲା ନିଆଁ

ଘଟଣା ଟି ଦେଖିବାକୁ ମିଳିଛି ଆମ ରାଜଧାନୀ ରେ ଭୁବନେଶ୍ୱରର ସାଲିଆସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମାଆ ତା’ର ୭ ମାସର ନିଜ ଜନ୍ମକଲା ଶିଶୁକନ୍ୟା ଦେହରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁବାର ପୂର୍ବାହ୍ନରେ ଶିଶୁଟି ନିଆଁରେ ଜଳୁଥିବା ଅବସ୍ଥାରେ ଦେଖିବା ପରେ ପରିବାର ଲୋକେ ଭୟଭୀତ ହୋଇ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ଶିଶୁଟିକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇ ଥିଲା। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନେ ଶିଶୁଟିକୁ କଟକ ବଡ଼ ମେଡିକାଲ ନେଇ ଯିବା ପାଇଁ ପରାମର୍ଶ ଦେଲେ। ଘର ଲୋକେ ସଙ୍ଗେ ସେହି ଅବସ୍ଥାରେ ଶିଶୁଟିକୁ ଧରି ଏସିବି ମେଡିକାଲ୍‌ରେ ନେଇ ପାହଞ୍ଚିଥିଲେ। ମେଡିକାଲରେ ଭର୍ତ୍ତି ହେବା ପରେ ଏବେ ଶିଶୁଟି ଚିକିତ୍ସାଧୀନ ଅବସ୍ଥାରେ ଅଛି। ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ଶିଶୁଟିର ସ୍ୱାସ୍ଥ୍ୟ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ମତାମତ ଦେଇ ପାରୁନାହାନ୍ତି।

ଉଲ୍ଳେଖଯୋଗ୍ୟ, ଗୁରୁବାର ପୂର୍ବାହ୍ନରେ ଶିଶୁଟି ହଠାତ କାନ୍ଦିବାକୁ ଲାଗିଥିଲା। ଯେତେ ଚେଷ୍ଟା କଲେ ବି ସେ କାନ୍ଦ ବନ୍ଦ କରିନଥିଲା। ରାଗରେ ଆସି ଶିଶୁଟିର ମାଆ ସେ ଶୋଇଥିବା ବିଛଣାରେ ନିଆଁ ଲଗାଇ ଦେଇଥିଲା। ବିଛଣା ହଠାତ୍‌ ଜଳିବାରେ ଲାଗିଥିଲା। ଅଭିଯୁକ୍ତା ମହିଳା ଜଣକ ରାଗରେ ଆସି ଏପରି କରିଛନ୍ତି ବୋଲି ପରିବାର ଲୋକେ କହିଥିବା ବେଳେ ପୁଲିସ୍‌ କିନ୍ତୁ ଏହାକୁ ଅସ୍ୱୀକାର କରିଛି। ମହିଳାଙ୍କର ସମାନ୍ୟ ମସ୍ତିଷ୍କ ବିକୃତି ଅଛି ବୋଲି କହିବା ସହ ଡାକ୍ତରୀ ପରୀକ୍ଷା କରିବା ପାଇଁ ପୁଲିସ୍‌ ଦାବି କରିଛି।

Leave a Reply

Your email address will not be published. Required fields are marked *