ଚୋରି କରୁଥିବା ବେଳେ ଚୋରକୁ ନିର୍ଧୂମ ପିଟିଲେ ଲୋକ, ଗୁରୁତର ଅବସ୍ଥାରେ ହସ୍‌ପିଟାଲ ନେବା ବାଟରେ ହେଲା ମୃତ୍ୟୁ

ନୟାଗଡ଼: କଥାରେ ଅଛି ଆଇନ୍ କୁ ହାତକୁ ନେବା ଠିକ୍ ନୁହେଁ।

ସମସ୍ତ ଜିନିଷ ଆଇନ୍ ଭିତରେ ହିଁ ଠିକ୍ ଥାଏ କାରଣ ଆଇନ୍ ସମସ୍ତ ଜିନିଷ ସୀମିତତା ର ସହ କରିଥାଏ।

ତେବେ ଏମିତି ଘଟଣା ର ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ରେ।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରୁମ ବାଙ୍କତରା ଗାଁରେ ଗତରାତିରେ ଜଣେ ଚୋର ଚୋରି କରୁଥିବା ସମୟରେ ଧରାପଡ଼ିଥିଲା। ଚୋରକୁ ଧରି ଲୋକମାନେ ନିର୍ଧୂମ ପଟି ଥିଲେ । ଲୋକମାନଙ୍କ ମାଡରେ ଚୋର ଗୁରୁତର ଆହତ ହୋଇଥିଲା। ଚୋରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୁବନେଶ୍ୱର ନେବା ବେଳେ ବାଟରେ ତାର ମୃତ୍ୟୁ ହୋଇଯାଇଥିଲା ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *