ENZEN ର ମନମୁଖୀ କାର୍ଯ୍ୟକୁ ବିରୋଧ କରି ଅଫିସ୍ ଘେରାଓ କରିବ ଶ୍ରମିକ ସଂଘଠନ

କେନ୍ଦ୍ରାପଡା ଜିଲ୍ଲାରେ ବିଦ୍ୟୁତ୍ ବଣ୍ଟନ ଦାଇତ୍ବରେ ଥିବା ଏଞେନ କମ୍ପାନୀ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ଆସିଥିଲେ ମଧ୍ୟ ଶ୍ରମବିଭାଗ କିମ୍ବା ଶକ୍ତି ବିଭାଗ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ ନକରିବାରୁ ବାଧ୍ୟ ହୋଇ ଶ୍ରମିକ ସଂଘଠନ ଆନ୍ଦୋଳନ କୁ ଓଲ୍ହାଇବାକୁ ନିଷ୍ପତି ନେଇଛି I ଏନେଇ କିଛିଦିନ ତଳେ ଶକ୍ତିମନ୍ତ୍ରୀ ଙ୍କ ନଜର କୁ ସମ୍ପୂର୍ଣ ଘଟଣା କୁ ଅଣାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନିମନ୍ତେ ଶକ୍ତି ମନ୍ତ୍ରୀ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି I କର୍ମଚାରୀ ମାନଙ୍କୁ ସଠିକ ଦରମା ( ଶ୍ରମବିଭଗ ଦ୍ୱାରା ସ୍ଥିରୀକୃତ ମିନିମମ Wages ) ଠିକ୍ ସମୟରେ ନଦେବା , କର୍ମ ଚାରି ମାନଙ୍କୁ ବଦଳି କରିବା, ESI & EPF ର ହିସାବ ନଦେବା , ବେତନରୁ କିଛି ଟକାଂ ମନଇଛା କାଟିଦେବା ଏବଂ ବେତନ ର କୌଣସି ହିସାବ ନଦେବା ସହିତ ଉଚିତ ପ୍ରାପ୍ୟ ନଦେବାରୁ କମ୍ପାନୀ ର ମନମୂଖି ହିଟଲରି ଶାସନ କୁ ବିରୋଧ କରିଛି ଶ୍ରମିକ ସଂଘଠନ I ଏନେଇ ପାଖାପାଖି 200 ରୁ ଉର୍ଧ କର୍ମଚାରୀ ଙ୍କର ଏକ ଜରୁରି ବୈଠକ ମା ପଥର କଣୀ କଂ ପିଠରେ ଅନୂଷ୍ଠିତ ହେଇଛି !

ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ପ୍ରତିବାଦରେ ସଂଘ ଆନ୍ଦୋଳନକୁ ଓହ୍ଲାଇବା ସହିତ ଅଫିସ ଘେରାଓ କରିବାକୁ ଚେତାବନୀ ଦେଇଛି I ସୂଚନା ଥାଉ କି କିଛିଦିନ ତଳେ ଜଗତସିଂହପୁର ରେ ସେଇ ସମାନ ଅବସ୍ଥା ରେ ଠିକା କର୍ମଚାରୀ କମ୍ପାନୀ ର ବହୁଦିନ ଧରି ସମସ୍ତ ଅଫିସ ଘେରାଓ କରିଥିଲେ ଏବଂ କାର୍ଯ୍ୟରେ ଅଚଳାବସ୍ଥା ଲାଗିରହିଥିଲା I

ଏହାସହିତ ଜଗତସିଂହପୁର ର ଉପଭୋକ୍ତା ମାନେ ମଧ୍ୟ ENZEN ବିରୁଦ୍ଧରେ ରାଲି କରି ଅଫିସ ଘେରାଓ କରିବା ସହିତ ପ୍ରତିବାଦ କରିଥିଲେ I

Leave a Reply

Your email address will not be published. Required fields are marked *