ଶବାରୀ ବଦଳରେ ଭଉଣୀର ଉଠିଲା କୋକେଇ : ଆଠ ଦିନ ପରେ ହେଇଥାନ୍ତା ବାହାଘର

ପାଖେଇ ଆସୁଥିଲା ବାହାଘର I ପରିବାର ଚଳ ଚଂଚଳ ହେଇଉଠୁଥିଲେ I କେତେକାମ କରିବାକୁ ପଡିବ ଆହୁରି I
ଗହଣା କିଣା ,ଅସବାବ ପତ୍ର ..ଇତ୍ୟାଦି ତା ସାଙ୍ଗକୁ ପୁଣି ନିମନ୍ତ୍ରଣ ବଣ୍ଟା I କିନ୍ତୁ ଏସବୁ ଅଧାରେ ରହିଯାଇଛି I
ନିମିଷକ ଭିତରେ ସବୁ କିଛି ବଦଳିଯାଇଛି I ଯେଉଁ ଭଉଣୀ ର ସଵାରୀ ଉଠାଇବାକୁ ଭାଇ ଚଳ ଚଞ୍ଚଳ ହେଉଥିଲା ସେହି ଭାଇ ସାମ୍ନାରେ ତା ଭଉଣୀ ଚାଲିଯାଇଛି ଆର ପାରିକି Iଆଉ ମାତ୍ର ଆଠ ଦିନ ପରେ ଭଉଣୀ ର ବାହାଘର ହେଇଥାନ୍ତା କିନ୍ତୁ ତା କୋକେଇ ଉଠିବାକୁ ପଡିଛି I

ବାହୁନି ବାହୁନି କାନ୍ଦୁଚି ଭାଇ , ସେ ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ I ଘଟଣାଟି ହଳଦୀ ପଦା ଗ୍ରାମର I ଭାଇ ଭଉଣୀ ମଟର ସାଇକେଲ ରେ ଯାତ୍ରା କରୁଥିବା ସମୟରେ ବାଙ୍କୀ ଅନ୍ତର୍ଗତ କଳାପଥର ମଣ୍ତଳ ୩୪ ନଂ ଜୋନ୍ ବଜାର ସାମ୍ନାରେ ଏକ ଭାରିଯାନ ଭାଇ ଭଉଣୀ ଙ୍କୁ ଧକା ଦେଇଥିଲା I ଘଟଣା ସ୍ଥଳରେ ଭଉଣୀ ର ମୂତ୍ୟୃ ହେଇଥିବା ବେଳେ ଭାଇ ଗୁରୁତର ଆହତ ହେଇଛି I

Leave a Reply

Your email address will not be published. Required fields are marked *